www.samajalive.in
Sunday, December 14, 2025
17.1 C
Bhubaneswar

ଧନତେରସ୍‌ରେ ୨୦୦ କୋଟିର ବେପାର

ଭୁବନେଶ୍ବର : ଧନତେରସ୍‌ରେ ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଛି। ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀରେ ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ ଗହଣା କିଣୁଛନ୍ତି ଗ୍ରାହକ। ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ ଗହଣା ବିକ୍ରି ହୋଇଛି। ଗତବର୍ଷ ୧୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେପାର ହୋଇଥିବାବେଳେ ଚଳିତ ବର୍ଷ ବଜାର ଏବଂ ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସ୍ବାଭାବିକ ଥିବାରୁ ପ୍ରାୟ ୩୦ରୁ ୩୫ପ୍ରତିଶତ ବ୍ୟବସାୟ ବୃଦ୍ଧି ପାଇଛି।
ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଦିନ ସୁନା, ରୁପା ଓ ହୀରା ଅଳଙ୍କାର କ୍ରୟ କଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ ରହିଛି। ଏହି ତିଥିରେ ସୁନା କିଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗଢ଼ା ମଜୁରି ଉପରେ ରିଆତି ଓ ବିଭିନ୍ନ ଉପହାର ଦେଉଛନ୍ତି। ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀ ତନିସ୍କ, ଜୋୟାଲ୍ଲୁକାସ୍‌, ମାଲବାର ଗୋଲ୍‌ଡ, ଜାଭେରି ଜେମ୍ସ ଜୁଏଲାରୀ, ସ୍ମାଇଲ ଗ୍ଲୋଲଡ ଜୁଏଲାରୀ ଏବଂ ଖିମ୍‌ଜୀ ଆଦି ନାମୀଦାମୀ ଜୁଏଲାରୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର ଦିଆଯାଉଛି। ଅନେକ ଅଫର ଏବଂ ଗଢ଼ା ମଜୁରି ଉପରେ ରିଆତି ଦିଆଯାଉଥିବାରୁ ସୁନା, ରୁପା ଓ ହୀରା ବେପାର ବଢ଼ିଛି।
ଶୁକ୍ରବାର ଲାଲଚାନ୍ଦ ଜୁଏଲାରୀରେ ୨୨ କ୍ୟାରେଟ୍‌ ସୁନା ୧୦ଗ୍ରାମ୍‌ ପିଛା ୫୫ ହଜାର ୯୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍‌ ସୁନା ୧୦ଗ୍ରାମ ପିଛା ୬୦ ହଜାର ୯୮୦ ଟଙ୍କା ରହିଥିଲା। ସୁନା ଦର ପ୍ରାୟ ୩ ହଜାର ଟଙ୍କା କମିଥିବାରୁ ବେପାର ବଢ଼ିଛି। ହୀରା କ୍ୟାରେଟ ପିଛା ଅଳଙ୍କାର ଦର ଭିନ୍ନ ଭିନ୍ନ ରହିଥିଲା ବୋଲି ଜୁଏଲାରୀଗୁଡ଼ିକ ପକ୍ଷରୁ କୁହାଯାଇଛି। ମାଲବାର ଗୋଲ୍‌ଡ ଶୋ’ରୁମରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌ ପିଛା ୫୬ ହଜାର ଟଙ୍କା ଥିବାବେଳେ ୨୪ କ୍ୟାରେଟ୍‌ ୧୦ଗ୍ରାମ୍‌ ସୁନା ଦର ୬୧ ହଜାର ୯୦୦ ଟଙ୍କା ରହିଛି। ହୀରା କ୍ୟାରେଟ୍‌ ୯୦ ହଜାରରୁ ଆରମ୍ଭ। କରୋନା ଯୋଗୁଁ ୨୦୨୦ ଏବଂ ୨୦୨୧ ଧନତେରସ୍‌ରେ କମ୍‌ ସୁନା, ରୁପା ଏବଂ ହୀରା ଅଳଙ୍କାର ବିକ୍ରି ହୋଇଥିବାବେଳେ ୨୦୨୨ ବେଳକୁ ପରିସ୍ଥିତି ସାମାନ୍ୟ ସ୍ବାଭାବିକ ସ୍ଥିତିକୁ ଆସିବାରୁ ସେହିବର୍ଷ ଧନତେରସ୍‌ ଦିନ ୧୪୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା। ୨୦୨୨ ଅପେକ୍ଷା ୨୦୨୩ ବେଳକୁ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଛି।
ରାଜ୍ୟର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରରେ ସର୍ବାଧିକ କାରବାର ହୋଇଛି। ମାଲବାର ଗୋଲ୍‌ଡ ମାଲିକ ସିଦ୍ଧେଶ୍ବର ରଥ କହିଛନ୍ତି, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଧନତେରସ୍‌ରେ ଭଲ ବେପାର ହୋଇଛି। ପ୍ରାୟ ୨୫ରୁ ୩୦% ବ୍ୟବସାୟ ଅଧିକ ରହିଛି। ସ୍ମାଇଲ ଗୋଲ୍‌ଡ ଜୁଏଲାରୀ ମାଲିକ ଆର. ସ୍ବାଇଁ କହିଛନ୍ତି, ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସୁନା, ରୁପା ଏବଂ ହୀରା ଅଳଙ୍କାର ଗଢ଼ା ମଜୁରି ଉପରେ ରିଆତି ଦିଆଯାଉଥିବାରୁ ବେପାର ବଢ଼ିଛି। ହୀରା ଅଳଙ୍କାର ଉପରେ ଫ୍ଲାଟ୍‌ ୨୫% ରିଆତି ଦିଆଯାଉଥିବାବେଳେ ରୁପା ଉପରେ ୫୦% ଏବଂ ସୁନା ୨୨ ଓ ୨୪ କ୍ୟାରେଟ୍‌ ଉପରେ ଗଢ଼ା ମଜୁରିରେ ୩୯୯ ଏବଂ ୪୯୯ ଟଙ୍କା ରିଆତି ଦିଆଯାଉଛି। ଆଜି ସ୍ମାଇଲ ଶୋ’ ରୁମ୍‌ରେ ରୁପା କି.ଗ୍ରା ୭୫ ହଜାର ଟଙ୍କା ରହିଥିଲା। ଧନ୍‌ତେରସ ଅବସରରେ‌ ସାରା ରାଜ୍ୟରେ ବେପାର ବଢ଼ିଥିବା ଅନୁମାନ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories