ଧାମନଗର: ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ସାମ୍ନାକୁ କୁକୁର ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହେବାରୁ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଧାମନଗର ଥାନା ଅଧିନ ଗୁମୁଗଡ଼ ଠାରେ ଦୁର୍ଘଟଣା ଘଟିଛି। ଧାମନଗର ଥାନା ଦକ୍ଷିଣବାଡ଼ ଗାଁର ଗୌରବ ବେହେରା ସାଙ୍ଗ ଶିବ ଶଙ୍କର ବେହେରାଙ୍କ ସହ କୋଠାର ଅଭିମୁଖେ ଯାଉଥିବା ବେଳେ ଗୁମୁଗଡ଼ ନିକଟରେ ଏକ କୁକୁର ସାମ୍ନାକୁ ଆସିଯାଇଥିଲା। ଫଳରେ ବ୍ରେକ ମାରିବା ସମୟରେ ଭାରସାମ୍ୟ ହରାଇ ବାଇକଟି ଏକ ଗଛରେ ପିଟି ହୋଇଯାଇଥିଲା।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମନଗର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୌରବ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଇକ ଚାଳକ ଶିବ ଶଙ୍କର ବେହେରାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।



