www.samajalive.in
Sunday, December 7, 2025
14.1 C
Bhubaneswar

ଧାମନଗର ପାଇଁ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ; ତାଲିକାରେ ନାହାନ୍ତି ସମୀର ଓ ଅନୁଭବ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ସମେତ ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତା ମାନଙ୍କ ନାଁ ରହିଥିବା ଦେଖିବାକୁ ମିଳିଛି । ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଥିବା ବେଳେ, ପରେ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଓ ରଣେନ୍ଦ୍ର ସ୍ୱାଇଁଙ୍କ ନାଁ ରହିଛି ।

ସେହିପରି ପ୍ରଫୁଲ୍ଲ ମଲିକ, ପ୍ରମିଳା ମଲିକ, ପ୍ରତାପ କେଶରୀ ଦେବଙ୍କ ନାଁ ତାଲିକାରେ ସାମିଲ ହୋଇଛି । ହେଲେ ଷ୍ଟାର ପ୍ରଚାରକ ତାଲିକାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁ ରହିନାହିଁ । ମନ୍ତ୍ରୀ ବର୍ତ୍ତମାନ ବିବାଦରେ ରହିଥିବାରୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ଦିଆଯାଇଥିବା କୁହାଯାଉଛି ।

- Advertisement -

ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ମଧ୍ୟ ରହିନାହିଁ ଷ୍ଟାର ପ୍ରଚାରକ ତାଲିକାରେ । ଅନୁଭବ ମହାନ୍ତିଙ୍କୁ ତାଲିକାରୁ ହଟାଯାଇ ଅରନ୍ଦମଙ୍କୁ ଦଳ ସାମିଲ କରିଥିବା ଦେଖିବାକୁ ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories