ଧାମରା ଶିଳ୍ପ ପାର୍କ ପାଇଁ ପ୍ରଥମ ଜନଶୁଣାଣିର ଦ୍ୱିତୀୟ ଦିନ; ୬୫୮ ଏକର ଜମି ଦେବାକୁ ଜମିହରାଙ୍କ ସହମତି ପ୍ରଦାନ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ କୃଷ୍ଣ ପ୍ରସାଦ ବାତ୍ୟା ଆଶ୍ରୟସ୍ଥଳୀଠାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଜନଶୁଣାଣି ଶିବିରରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳ ସଭାପତିତ୍ୱ କରିଥିବା ବେଳେ ଉପଜିଲ୍ଲାପାଳ ମନୋଜ ପାତ୍ର, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ତରଫରୁ ପ୍ରଫୁଲ୍ଲ ରାଉତ, ଧାମରା ୫ନଂ ଜୋନର ଜିଲ୍ଲାପରିଷଦ ବଳଭଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଧାମରା ଶିଳ୍ପ ପାର୍କ ପାଇଁ ସମସ୍ତ ଜମିହରା ଏବଂ ଅଂଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ବିସ୍ଥାପିତ ଏବଂ ଜମି ହରାଉଥିବା ଲୋକଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହ ସମସ୍ତ ନୀତି ନିୟମ ବିଷୟରେ ଅବଗତ କରାଇଥିଲେ। ଏଥିସହ ଆଗାମୀ ଦିନରେ ଏହି ଶିଳ୍ପ ପାର୍କ ପ୍ରତିଷ୍ଠା ହେଲେ କିପରି ସାଧାରଣ ଜନତା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଏହାର ସୁଫଳ ପାଇବେ ସେ ବିଷୟରେ ଅବଗତ କରାଇଥିଲେ। ଏହି ଶିବିର ପାଇଁ ଲକ୍ଷ୍ମୀ ପ୍ରସାଦ ମୌଜାର ୩୬୦ଜଣ ଜମି ହରାଉଥିବା ଚାଷୀମାନଙ୍କୁ ସରକାରଙ୍କ ତରଫରୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୦ଜଣ ଉପସ୍ଥିତ ରହି ସେମାନଙ୍କର ଦାବୀ ରଖିଥିଲେ। ପ୍ରମୁଖ ଦାବୀଗୁଡିକ ମଧ୍ୟରୁ ଶିଳ୍ପ ପାର୍କ ପାଇଁ ହୋଇଥିବା ନକ୍ସାର ପରିବର୍ତନ, ଶ୍ମଶାନ ଏବଂ ଗୋଚର ଜମି ବଦଳରେ ସେମାନଙ୍କୁ ଜମି ପ୍ରଦାନ, ନିଯୁକ୍ତି ପରିବେଶ ପ୍ରଦୁଷଣକୁ ସଠିକ ଭାବେ ପରିଚାଳନା କରିବା ସହ ଅଂଚଳରେ ବ୍ୟାପକ ଜଙ୍ଗଲୀକରଣ କରାଯିବା ସହ ଜମି ହରାଉଥିବା ଜମି ମୂଲ୍ୟର ୭ଗୁଣା ଅର୍ଥ ପ୍ରଦାନ କରିବା ଏବଂ ଧାମରା ଅଂଚଳରେ ଏକ ୧ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ଖୋଲିବା ପାଇଁ ନିଜ ନିଜର ଦାବୀ ଜଣାଇଥିଲେ। ଏଥିସହ କଇଥଖୋଲା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଏବଂ ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠ ଏହି ଶିଳ୍ପ ପାର୍କ ପାଇଁ ୨ଏକର ଜମି ହରାଉଥିବା ବେଳେ ଏହାର ପ୍ରତିବଦଳରେ ସେମାନଙ୍କୁ ବିଦ୍ୟାଳୟ ନିକଟରେ ଜମି ପ୍ରଦାନ ପାଇଁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାବୀ ରଖିଥିଲେ।

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଉପସ୍ଥିତ ରହି ନିଜର ଦାବୀଗୁଡିକୁ ମଧ୍ୟରୁ ଏକ ହସ୍ପିଟାଲ, ଏହି ଅଂଚଳରେ ଥିବା ମହୁଲ ଜୋର ଏବଂ କାଳିନାଳୀ ଜୋରର ପୁନରୁଦ୍ଧାର, ଜମି ହରାଉଥିବା ଏବଂ ଭାଗଚାଷୀଙ୍କୁ ପୁନଃ ଥଇଥାନ ଯୋଜନାରେ ସାମିଲ କରିବା ସହ ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ଏବଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ/ବିଜୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ଦାବୀ ରଖିଥିଲେ। ଆଜିର ଏହି ଶିବିରରେ ଇଡକୋ ପକ୍ଷରୁ ଏରିଆ କୋଅର୍ଡିନେଟର ଜତୀନ୍ଦ୍ର ଦାସ ଯୋଗ ଦେଇ ସମସ୍ତ ଜମିହରାମାନଙ୍କ ପାଇଁ ସରକାରଙ୍କ ଯୋଜନା ଏବଂ ଆଭିମୁଖ୍ୟ ବାବଦରେ ନିଜର ବକ୍ତବ୍ୟ ରଖିଥିଲେ। ଉପଜିଲ୍ଲାପାଳ ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଇଡକୋର ଜତୀନ୍ଦ୍ର ଦାସ ପ୍ରମୁଖ ସମସ୍ତ ଜମିହରାଙ୍କ ଅଭିଯୋଗ ଶୁଣିବା ସହ ଏହି ସମସ୍ତ ବିଷୟରେ ସରକାରଙ୍କୁ ଅବଗତ କରାଇବେ ବୋଲି ଆଶ୍ୱାସନା ଦେଇଥିଲେ।

prayash

ଏହି ଜମିହରାଙ୍କ ମଧ୍ୟରୁ ନକୁଳ ସେଠୀ ନିଜର ଜମି ଏହି ଶିଳ୍ପ ପାର୍କକୁ ଦେବାକୁ ରାଜି ନୁହନ୍ତି ବୋଲି ରୋକ ଠୋକ ମନା କରି ଦେଇଥିଲେ। ଆଜିର ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିନୋଦ ମାଇତି, ଗୌରହରି ପ୍ରଧାନ ପ୍ରମୁଖ ନିଜ ଅଂଚଳର ସମସ୍ୟା ବିଷୟରେ ଆଲୋକପାତ କରିବା ସହ ସରକାର ପ୍ରଥମେ ସମସ୍ତ ଦାବୀ ପୂରଣ କରିବା ଜରୁରୀ ବୋଲି ନିଜର ଦାବୀ ଉପସ୍ଥାପନା କରିଥିଲେ। ଆଜିର ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କଇଥଖୋଲା ସରପଞ୍ଚ ଅନିତା ସାମଲ, ସରପଞ୍ଚଙ୍କ ପ୍ରତିନିଧି ବୈରୀଗଞ୍ଜନ ସାମଲ, ସମିତିସଭ୍ୟା ସୁବାସୀନି ମହାପାତ୍ର, ବିଶ୍ୱଜିତ ମହାପାତ୍ର, ପୂର୍ବତନ ସରପଞ୍ଚ ବନବିହାରୀ ମାଇତି, ଦିଗମ୍ବର ଦାସ, ରାଜକୃଷ୍ଣ ଦିନ୍ଦା, ଅନୁପ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଦାବୀ ଉପସ୍ଥାପନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ବଲ୍ଲଭ ସାହୁ, ତୁସୀଲ ମାଝୀ, ଶୋଭନ କୁମାର ସ୍ୱାଇଁ, ଶ୍ରୀକାନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ। ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞ୍ଜନ ଦାଶ ମହାପାତ୍ର, କଇଥଖୋଲା ରାଜସ୍ୱ ନିରୀକ୍ଷକ ଅଜାତ ଶତ୍ରୁ ଦାସ ପ୍ରମୁଖ ଲକ୍ଷ୍ମୀ ପ୍ରସାଦ ମୌଜାର ୩୬୦ଜଣଙ୍କ ଜମିହରାମାନଙ୍କୁ ଭେଟି ସରକାରଙ୍କ ଆଭିମୁଖ୍ୟ ବିଷୟରେ ଅବଗତ କରାଇବା ସହ ଜନଶୁଣାଣୀରେ ଉପସ୍ଥିତ ରହି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ଉପସ୍ଥାପନ କରିବାକୁ କହିଥିଲେ।

ଆଜି ହୋଇଥିବା ଜନଶୁଣାଣିରେ ଲକ୍ଷ୍ମୀ ପ୍ରସାଦ ମୌଜାର ୪୮୩ ଏକର ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଏହି ଜମି ମଧ୍ୟରୁ ୪୦୮ଏକର ବେସରକାରୀ ହୋଇଥିବା ବେଳେ ଗୋଚର ୨୨ଏକର, ଗ୍ରାମ୍ୟ ଜଙ୍ଗଲ ୨୧ଏକର ରକ୍ଷିତ ୨୪ ଏବଂ ଅନ୍ୟାନ୍ୟ ୮ଏକର ଜମି ଉପରେ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଶିବିରକୁ ଜିଲ୍ଲା ପ୍ରଶାସନ ବହୁ କର୍ମକର୍ତା ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା ରହି ଏହି ଶିବିର ପରିଚାଳନା କରିବାରେ ସାହାଯ୍ୟ ଏବଂ ସହଯୋଗ କରିଥିବା ବେଳେ ଚାନ୍ଦବାଲି ତହସିଲର ପୂର୍ବତନ ସୁପରଭାଇଜର ଦାଶରଥି ଦାସ ଏବଂ ସ୍ୱତନ୍ତ୍ର ଭୂଅର୍ଜନ ସହକାରୀ ଅଧିକାରୀ ହେମନ୍ତ ପ୍ରଧାନ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

 

Comments are closed.