www.samajalive.in
Monday, December 15, 2025
15.1 C
Bhubaneswar

ଏକକ ବ୍ୟବହାର ପ୍ଲାଷ୍ଟିକକୁ ନେଇ ବିଦ୍ୟାଳୟରେ କର୍ମଶାଳା

ଧାମରା: ଧାମରା ନିକଟସ୍ଥ ଜନ୍ତୁଆଳୀଠାରେ ଥିବା ବିଏସସି ସରକାରୀ ବିଦ୍ୟାଳୟଠାରେ ଏକକ ବ୍ୟବହାର ପ୍ଲାଷ୍ଟିକକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ନକରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ସମସ୍ତ ଶିକ୍ଷକ ଏହି ଏକକ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାକୁ ନେଇ ପ୍ଲାକାର୍ଡ ଧରି ଏକ ରାଲିରେ ପଂଚାୟତ ପରିକ୍ରମା କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ। ପରେ ବିଦ୍ୟାଳୟ ପରିସରରେ ହୋଇଥିବା କର୍ମଶାଳାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜୟ କୁମାର ରାଉତ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନିରୋଦ ରାଉତ, ପ୍ରଶାନ୍ତ ନାୟକ ଏହି ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ଉପରେ ସାଧାରଣରେ ଅଙ୍କୁଶ ଲଗାଇବା ଜରୁରୀ, ବର୍ତମାନର ସମାଜ ଏବଂ ଯୁବବର୍ଗ ନିଜ ଅଂଚଳରେ ଏଭଳି ପ୍ଲାଷ୍ଟିକ ବ୍ୟବହାର ବର୍ଜନୀୟ କରିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି ଏକକ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ସମାଜ ଏବଂ ପରିବେଶ ଉପରେ ଏହାର କୁପରିଣାମ ଉପରେ ନିଜ ନିଜର ବକ୍ତବ୍ୟ ରଖିବା ସହ ସମସ୍ତ ଛାତ୍ରଛାତ୍ରୀ ନିଜ ଅଂଚଳରେ ଏହାକୁ ସର୍ବଦା ବର୍ଜନୀୟ କରିବାକୁ ଆହ୍ୱାନ ଦେଇଥିଲେ। ଆଜି ହୋଇଥିବା ଏହି କର୍ମଶାଳାରେ ବିଷ୍ଣୁ ପ୍ରସାଦ ବେହେରା, ଦିଲିପ କୁମାର ହେମ୍ବ୍ରମ, ଗଦାଧର ବଳ, ବଂଶୀଧର ମହାକୁଡ, ଦେବାଶୀଶ ନାୟକ, ଉମାକାନ୍ତ ମହାଳିକ, ବୈଜୟନ୍ତୀ ଦତ, ସୁଭଶ୍ମିତା ପଣ୍ଡା, ଦୀପିକା ସେଠୀ, ଉମାକାନ୍ତ ମହାଳିକ ପ୍ରମୁଖ ଯୋଗ ଦେଇଥିବା ବେଳେ କର୍ମଶାଳା ଶେଷରେ ଦେବାଶୀଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories