www.samajalive.in
Saturday, December 6, 2025
23.1 C
Bhubaneswar

ଧାମରାରେ ସାଇବର ଠକେଇ

ଧାମରା : ଧାମରାରେ ଧାମରା ମକର ମେଳା ସମୟରେ ଏକ ସାଇବର ଠକେଇ ଗ୍ରୁପ ଧାମରା, ବାଂଶଡା ,ଦୋସିଙ୍ଗା ଏବଂ କଇଥଖୋଲା ଠାରେ ଥିବା ମଦ ଦୋକାନକୁ ଟାର୍ଗେଟ କରିଥିଲେ। ଏହି ଦୋକାନରୁ ସଂପୃକ୍ତ ଯୁବକମାନେ  ନାମୀଦାମୀ ମଦ ଆଣିବା ସହ ଫୋନପେ/ଗୁଗୁଲପେ ମାଧ୍ୟମରେ ନିଜର ପ୍ରାପ୍ୟ ପ୍ରଦାନ କରୁଛନ୍ତି ବୋଲି କହିବା ସହ ନିଜର ଠକାମିର ପରାକାଷ୍ଠା ଦେଖାଇ କେବଳ ନିଜ ମୋବାଇଲରେ ସଂପୃକ୍ତ ଦୋକାନୀଙ୍କୁ ଟଙ୍କା ଦେଲେ ବୋଲି ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ପେମେଂଟ ହୋଇ ଯାଇଛି ବୋଲି ଦେଖାଇଥାନ୍ତି। ଏଭଳି ଏହି ଗ୍ରୁପର ସଦସ୍ୟ ମାନେ ୪ଟି ପଂଚାୟତରେ ଥିବା ମଦ ଦୋକାନ ଏବଂ ଅନ୍ୟ ଦୋକାନ ମାନଙ୍କରୁ ବହୁ ଦାମୀସାମଗ୍ରୀ ମଧ୍ୟ ହାସଲ କରିଥିଲେ। ଗତ ରବିବାର ଦିନ ସେହି ଗ୍ରୁପର କିଛି ସଦସ୍ୟ ଏହି ଅଂଚଳର ଏକ ମଦ ଦୋକାନକୁ ଯାଇ ଦାମୀ ମଦ ଆଣିବା ସହ ଫୋନ ପେ ମାଧ୍ୟମରେ ପେମେଂଟ କରିଥିଲେ ମାତ୍ର ସଂପୃକ୍ତ ଦୋକାନୀର ସନ୍ଦେହ ହେବାରୁ ସେ ତୁରନ୍ତ ମଦ ଆଣିବାକୁ ଯାଇଥିବା ଯୁବକ ମାନଙ୍କୁ ସେଠାରେ ଅଟକ ରଖିଥିଲା। ଏହି ଘଟଣାରେ ଧାମରା, ଜାଗୁଳା, ଦୋସିଙ୍ଗା ଅଂଚଳର ବହୁ ବ୍ୟକ୍ତି ବିଶେଷ ସଂଶ୍ଳିଷ୍ଟ ଥିବା ଜଣାଯାଇଛି। ସଂପୃକ୍ତ ମଦ ଦୋକାନୀ ସେହି ଯୁବକ ମାନଙ୍କୁ ଅଟକ ରଖିବା ପରେ ଏହି ଘଟଣା ପ୍ରଚାର ହୋଇ ଯାଇଥିଲା। ପରେ ସେହି ଯୁବକମାନଙ୍କ ଅଭିଭାବକ ଆସି ମଦ ଦୋକାନୀ ପାଖରେ ମାନି ରହିବା ସହ ସଂପୃକ୍ତ ମଦ ଦୋକାନରୁ କେତେ ଟଙ୍କା ସାଇବର ଠକେଇ ମାଧ୍ୟମରେ ହୀରାଫେରି କରିଥିଲେ ତାହା ଦେବାକୁ କହିବାରୁ ସଂପୃକ୍ତ ଦୋକାନୀ ସେହି ଯୁବକ ମାନଙ୍କୁ ଛାଡିଥିଲା।

ପରେ ଏହି ଖବର ପ୍ରଚାର ପ୍ରସାର ନ କରିବା ପାଇଁ ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ସଂପୃକ୍ତ ଯୁବକଙ୍କ ପରିବାର ପାଖରୁ କିଛି ଅର୍ଥ ଦାବୀ କରିଥିଲେ। ଏହି ଘଟଣାରେ ବାଂଶଡା, ଧାମରା ଏବଂ ଧାମରା ମେରାଇନ ଅଂଚଳର ଯୁବ ଗୋଷ୍ଠୀ ସାମିଲ ଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଏହି ଘଟଣାରେ ତଦନ୍ତ କରି ସଂଶ୍ଳିଷ୍ଟ  ଥିବା ଯୁବକମାନଙ୍କୁ ଗିରଫ କରିପାରିଲେ ବହୁ ତଥ୍ୟ ପଦାକୁ ଆସିବା ସହ ଏହି ଗ୍ରୁପର ଚେର କେଉଁଠୁ କେତେବାଟ ଲମ୍ବିଛି ତାହାର ସତ୍ୟାସତ୍ୟ ମଧ୍ୟ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

- Advertisement -

ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories