www.samajalive.in
Sunday, December 7, 2025
26.1 C
Bhubaneswar

ପାଉଣା ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର ; ପରୀକ୍ଷା ଦେଇ ପାରିଲେନି ଛାତ୍ରଛାତ୍ରୀ

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ତ ଜାଗୁଳା ପଞ୍ଚାୟତ ହାଇସ୍କୁଲରେ ତାଲା ପଡିଛି। ଫଳରେ ଶତାଧିକ ଛାତ୍ରଛାତ୍ରୀ ମାନେ ଗୁରୁବାର ପରୀକ୍ଷା ଦେଇ ନପାରି ବିଦ୍ୟାଳୟ ଆଗରେ ଖରାରେ ବସିଛନ୍ତି। ଏଥିସହ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ଆଗରେ ଛିଡ଼ା ହୋଇଛନ୍ତି। ଏହି ବିଦ୍ୟାଳୟ ୫ଟିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ବିଦ୍ୟାଳୟ କାର୍ଯ୍ୟ କରି ଥିବା ଠିକାଦାର ଦୀର୍ଘ ବର୍ଷେ ହେଲା ନିଜର ପ୍ରାପ୍ୟ ପାଇ ନଥିବାରୁ ସେ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ପକାଇ ଦେଇଥିବାରୁ କିଛି ଛାତ୍ରଛାତ୍ରୀ ବାଧ୍ୟ ହୋଇ ପରୀକ୍ଷା ଦେଇ ନ ପାରି ଘରକୁ ଫେରି ଯାଇଥିଲେ। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଅଂଚଳବାସୀ ଦାବୀ ରଖିଛନ୍ତି। ଏଥି ସହ କେଉଁ ପରିସ୍ଥିତିରେ ଠିକାଦାରଙ୍କ ପ୍ରାପ୍ୟ ମିଳିଲା ନାହିଁ ତାହାର ତଦନ୍ତ ଦାବୀ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories