www.samajalive.in
Monday, December 15, 2025
14.1 C
Bhubaneswar

ବାଂଶଡା ଥାନା ଅଞ୍ଚଳରେ ଜବରଦଖଲ ଉଚ୍ଛେଦ, ରାସ୍ତାର ଓସାର ୨୫ଫୁଟକୁ ବୃଦ୍ଧି

ଧାମରା: ବାଂଶଡା ଥାନା ଅଧିନସ୍ଥ ତୋଟାପଡା ଠାରେ ଦିନକୁ ଦିନ ଜନ ଗହଳି ବଢୁଥିବା ବେଳେ ଜବରଦଖଲକାରୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଫଳରେ ସାଧାରଣ ଜନତା ଦିନକୁ ଦିନ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଦୈନଦିନ ଏହି ରାସ୍ତାରେ ୨ଚକିଆ ଯାନ ଠାରୁ ଆରମ୍ଭ କରି ୪ଚକିଆ ଯାନ ମଧ୍ୟ ଯାତାୟତ କରି ପାରୁ ନଥିଲା। ଆଜି ଚାନ୍ଦବାଲି ତହସିଲଦାର ସୁଶାନ୍ତଙ୍କ ସୂତାରଙ୍କ ନେତୃତ୍ୱରେ ଏହି ରାସ୍ତା ମାପଚୁପ ହେବା ସହ ଜବରଦଖଲକାରୀ ମାନଙ୍କୁ ଏହି ରାସ୍ତାରୁ ହଟାଯାଇଥିଲା। ତୋଟାପଡା ଛକ ଠାରୁ ବିପ୍ଳବୀ ବୀର ଚକ୍ରଧର ହାଇସ୍କୁଲ ଏବଂ ହନୁମାନ ବାଟିକା ଠାରୁ ଆରମ୍ଭ କରି ହରିଚନ୍ଦନପୁର ଛକ ପର୍ଯ୍ୟନ୍ତ ଥିବା ସମସ୍ତ ଜବରଦଖଲକାରୀ ମାନଙ୍କୁ ହଟାଯାଇଥିଲା।

ପୂର୍ବରୁ ଏହି ରାସ୍ତା ସଙ୍କୁଚିତ ହୋଇ ୧୨ଫୁଟ ଓସାର ଥିବା ବେଳେ ଜବରଦଖଲ କାରୀଙ୍କୁ ହଟାଯିବା ପରେ ଏହି ରାସ୍ତାର ଓସାର ୨୫ଫୁଟକୁ ବୃଦ୍ଧି ପାଇଛି। ଆଜି ଏହି ରାସ୍ତା ସଂପ୍ରସାରଣ ଏବଂ ଜବରଦଖଲ ଉଚ୍ଛେଦରେ ୩୦ଜଣ ଦୋକନୀ ୫୦ଟି ଘରର ସୀମା ଏବଂ ପକ୍କା କାନ୍ଥ ମଧ୍ୟ ଏହି ଜବରଦଖଲ ମଧ୍ୟରେ ଉଚ୍ଛେଦ ହୋଇଥିବା ଜଣାଯାଇଛି।
ଆଜିର ଏହି ଜବରଦଖଲ ଉଚ୍ଛେଦ ସମୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ସୁପରଭାଇଜର ଦାଶରଥି ଦାସ, କମଳାକାନ୍ତ ଦାସ, ଅମିନ ରତିରଞନ ପାଣିଗ୍ରାହୀ, ଘଣ୍ଟେଶ୍ୱର ଆରଆଇ ଦୈତାରୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories