www.samajalive.in
Monday, December 15, 2025
27.1 C
Bhubaneswar

ଏକାମ୍ର ହାଟର ମୁକ୍ତରଙ୍ଗମଞ୍ଚରେ ନଭେମ୍ବର ୧୪ରୁ ଆରମ୍ଭ ହେବ ୩୪ତମ ପିକକ୍‍ ଶିଶୁମେଳା

ଭୁବନେଶ୍ବର: ଚଳିତ ବର୍ଷ ୩୪ ତମ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍) ଶିଶୁ ମେଳା ନଭେମ୍ବର ୧୪ ରୁ ଏକାମ୍ର ହାଟର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଏବଂ ଏହା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳା ପୂର୍ବରୁ ଓ ଶିଶୁ ମେଳାର ବିଭିନ୍ନ ସନ୍ଧ୍ୟାରେ ଆୟୋଜନ କରାଯିବ। କେବଳ ବକ୍ତୃତା ପ୍ରତିଯୋଗୀତାକୁ ଡିଜିଟାଲ ମଂଚରେ ଆୟୋଜନ ହେବ। ଏହାର ସମ୍ପୂର୍ଣ ବିବରଣୀ www.pecuc.org ଓ ଫେସବୁକ ପେଜ୍ “@PECUC” ରେ ଉପଲବ୍ଧ। ଶିଶୁମେଳା ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ନଭେମ୍ବର ୧୨ରେ ଚିତ୍ରାଙ୍କ, ସଙ୍ଗୀତ, ସୁନ୍ଦର ସ୍ୱାସ୍ଥ୍ୟ, ରାଇମସ୍, ଆଧୁନିକ ନୃତ୍ୟ, ଓଡିଶୀ ନୃତ୍ୟ, କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଏଥିରେ ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଚଳିତ ବର୍ଷ ଉଭୟ ଓଡିଆ ଓ ଇଂରାଜୀରେ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ କରାଯିବ।

ଏହି ଅବସରରେ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ, ଡ.ପି.ସି. ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ, ବାଜିରାଉତ ସ୍ମାରକୀ ସମ୍ମାନ, ଶରତ ପୂଜାରୀ ସ୍ମାରକୀ ସମ୍ମାନ, କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ, ଆଦରମଣୀ ବରାଳ ସ୍ମାରକୀ ସମ୍ମାନ, ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ। ପ୍ରତ୍ୟକ ବର୍ଷପରି ଶିଶୁମାନଙ୍କ ପାଇଁ ଲେଖୁଥିବା କିମ୍ବା କାର୍ଯ୍ୟକରୁ ଥିବା ବ୍ୟକ୍ତିତ୍ବଙ୍କୁ ‘ଶିଶୁସାଥି ସମ୍ମାନ’, ସାମ୍ବାଦିକତା ପାଇଁ ‘ସ୍ୱରୂପ ଜେନା ସ୍ମାରକୀ ସମ୍ମାନ’, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକଙ୍କୁ ଅବନୀ ବରାଳ ସ୍ମାରକୀ ସମ୍ମାନ, ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆରାଧନା ନନ୍ଦ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories