www.samajalive.in
Wednesday, November 12, 2025
27.1 C
Bhubaneswar

ଆଲୋକୀକରଣ ଉଦଘାଟନ ନେଇ ଦ୍ବନ୍ଦ୍ବ : ଲୋକେ ଅନ୍ଧାରରେ

ଧାମରା : ଭଦ୍ରକ ଜିଲା ଧାମରା ପଞ୍ଚାୟତକୁ ଧାମରା ବଜାରର ଲାଇଟପ୍ରୋ ପାଇଁ  ବିଧାୟକ ଏବଂ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ସହାୟତା ମିଳିଥିଲେ ମଧ୍ୟ ଖର୍ଚ୍ଚ ନ ହୋଇ ଫେରି ଯାଇଥିଲା। ପରେ ବନ୍ଦର କର୍ତ୍ତୃପକ୍ଷ ନିଜର ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ପାଣ୍ଠିରୁ ଧାମରା ବଜାରରେ ଆଲୋକୀକରଣ ବ୍ୟବସ୍ଥା କରାଇଥିଲେ।  ହେଲେ ଏହି ଆଲୋକୀକରଣ ବ୍ୟବସ୍ଥାକୁ କିଏ ଫିତା କାଟି ଉଦଘାଟନ କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ଧାମରା ବଜାରରେ ଆଲୋକ ଥାଇ ମଧ୍ୟ ଅନ୍ଧାରରେ ଚାଳିଛି।

ତଥ୍ୟାନୁଯାୟୀ,  ୨୦୧୭ ମସିହାରେ ଚାନ୍ଦବାଲି ବିଧାୟକ ଏବଂ ତତକାଳୀନ ଭଦ୍ରକ ସାଂସଦ ନିଜର ହାତ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଧାମରା ବଜାରର ଲାଇଟପ୍ରୋ ପାଇଁ ଲିଖିତ ଭାବରେ ଅନୁମୋଦନ ଦେଇଥିଲେ। ମାତ୍ର ଦୀର୍ଘ ୨ବର୍ଷ ପରେ ମଧ୍ୟ ଧାମରା ବାସୀ ବିଧାୟକ ତଥା ସାଂସଦଙ୍କ ପାଣ୍ଠିରୁ ଆସିଥିବା ଟଙ୍କାର ପତା ମଧ୍ୟ ପାଇ ନଥିଲେ ଫଳରେ ଏହାର ସଦୁପଯୋଗ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରି ନ ଥିବା ଜଣାଯାଇଛି। ସାଂସଦ ନିଜ ପାଣ୍ଠିରୁ ୫ଲକ୍ଷ ୬୩ ହଜାର ୩୪୨ଟଙ୍କା ଏବଂ ବିଧାୟକ ନିଜ ପାଣ୍ଠିରୁ ୪ ଲକ୍ଷ ୯୧ ହଜାର ୮୦୦ଟଙ୍କା ଧାମରା ବଜାରରେ ‘ଲାଇଟ ପ୍ରୋ’ ଲଗାଇବା ନିମନ୍ତେ ଅନୁଦାନ ଦେଇଥିଲେ। ଏହି ଅନୁଦାନ ମିଳିବା କେବଳ କାଗଜପତ୍ରରେ ସିମୀତ ହୋଇ ରହିଯାଇଥିଲା। ସେହି ସମୟରେ ସାଂସଦଙ୍କ ପ୍ରତିନିଧି ଏହି ଟଙ୍କାକୁ ନେଇ ନିଜ ପଞ୍ଚାୟତର ଉନ୍ନତି ପାଇଁ ଖର୍ଚ୍ଚ କରିଥିଲେ। ମାତ୍ର ବିଧାୟକଙ୍କ ଟଙ୍କା ପୁନଶ୍ଚ ତାଙ୍କ ପାଣ୍ଠିକୁ ଫେରିଯାଇଥିବା ଜଣାପଡ଼ିଛି । ଚାନ୍ଦବାଲି ବିଧାୟକ ନିଜର ଦ୍ୱିତୀୟପାଳି ଆରମ୍ଭ କରିଥିବା ବେଳେ ପ୍ରଥମପାଳି ସମୟରେ ନିଜ ହାତ ପାଣ୍ଠିରୁ ଧାମରା ପଞ୍ଚାୟତକୁ ଦିଆଯାଇଥିବା ଅନୁଦାନ ରାଶି କୁଆଡେ ଗଲା ତାହାର ଖବର ମଧ୍ୟ କାହାରିକୁ ଜଣା ନାହିଁ।  ଫଳରେ ଧାମରା ବଜାରର ଆଲୋକୀକରଣ ହେବା ସମ୍ଭବ ହୋଇ ପାରି ନ ଥିଲା। ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଏବଂ ଧାମରା ପଞ୍ଚାୟତ ସରପଞ୍ଚ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଧାମରାରେ ଲାଇଟପ୍ରୋ ଲଗାଇବା ପାଇଁ ଅନୁରୋଧ କରିଥିଲେ। ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ ନିଜର ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ପାଣ୍ଠିରୁ ଧାମରା ବଜାରରେ ଆଲୋକୀକରଣ ବ୍ୟବସ୍ଥା କରାଇଥିଲେ। ମାତ୍ର ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହି ଆଲୋକୀକରଣ ବ୍ୟବସ୍ଥାକୁ କେବେ ଓ କାହାଦ୍ୱାରା ଉଦଘାଟନ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ଧାମରା ପଞ୍ଚାୟତରୁ ନିର୍ବାଚିତ ହୋଇ ଯାଇଥିବା ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଏବଂ ଧାମରା ସରପଞ୍ଚ ନିଜ ପଞ୍ଚାୟତକୁ ଦୃଷ୍ଟି ଦେଉ ନ ଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Hot this week

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

Related Articles

Popular Categories