ଧାମରାର ବିଭିନ୍ନ ଅଞ୍ଚଳରେ ସ୍ୱାଧୀନତା ଦିବସ ପାଳିତ
ଧାମରା: ଧାମରା ଅଞ୍ଚଳରେ ୭୩ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଧାମରା ପଞ୍ଚାୟତରେ ସରପଞ୍ଚ ପ୍ରିୟରଞନ ଜେନା,ଧାମରା ବସ ଓନର ଆସୋସିଏସନ ଅଫିସରେ ଗଦାଧର ନାୟକ,ରତିକାନ୍ତ ବେହେରା ଏବଂ ସଂପାଦକ କମଳାକାନ୍ତ ପାଢୀ,ଧାମରା ମତ୍ସ୍ୟପୋତାଶ୍ରୟରେ ପରିଚାଳକ ନଳିନୀ ଦାସ,ଧାମରା ବନପାଳଙ୍କ ଅଫିସରେ ବନପାଳ ଗଦାଧର ବିଶ୍ୱାଳ,ଜାଗୁଳା ପଞ୍ଚାୟତରେ ସରପଞ୍ଚ କାଞ୍ଚନବାଳା ମାହୁନ୍ତ,ଧାମରା କଂଗ୍ରେସ ଅଫିସରେ ଜାଗୁଳା ପଞ୍ଚାୟତରେ ସମାଜସେବୀ ସୁରେଶ ମାହୁନ୍ତ,ଜାଗୁଳା ବିଜେଡି ଅଫିସରେ ବିଜୁ ଯୁବ ଜନତା ଦଳର ଉପସଭାପତି ଜ୍ୟୋତିରଞନ ଲେଙ୍କା,ନୀଳମଣି ବେହେରା,ଧାମରା ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀନୀ ବିଳାସିନୀ ଦାସ,ପୂର୍ବତନ ସମିତିସଭ୍ୟ ନିରଞନ ମଣ୍ଡଳ,ଧାମରା ବିଜେପି ଅଫିସରେ ସମିତିସଭ୍ୟ ପ୍ରମୋଦ ନାୟକ, ସୋନୁ ଲେଙ୍କା,ବାଂଶଡା ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତି ଦାସ,ପଞ୍ଚୁଟିକ୍ରି ପଞ୍ଚାୟତରେ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ରାମ ଧଳ, କଇଥଖୋଲା ପଞ୍ଚାୟତରେ ସରପଞ୍ଚ ଅଶୋକ ସୀଟ, ଦୋସିଙ୍ଗା ପଞ୍ଚାୟତରେ ସମିତିସଭ୍ୟ ନରେନ୍ଦ୍ର ମାଇତି,କରଞମାଳ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ରମେଶ ନାୟକ ,ଧାମରା ମେରାଇନ ଥାନାରେ ଆଇ ଆଇସି ଜୀବନ ପ୍ରଦ୍ୱୀପ ନାୟକ,ଅକ୍ଷୟ ବିଶ୍ୱାଳ,ଧାମରା ଥାନାରେ ଓଆଇସି ଶ୍ରୀକାନ୍ତ ପତି,ଧାମରା ବନ୍ଦରରେ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ତ୍ରିପାଠୀ,ଦୋସିଙ୍ଗା ବିଜେପି ଅଫିସରେ ଦେବେନ୍ଦ୍ର ନାୟକ, ଧାମରା ନିୟୁ ମାର୍କେଟ ବଣିକ ସଂଘ ଅଫିସରେ ପ୍ରହ୍ଲାଦ ଦାସ ପତାକା ଉତୋଳନ କରିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ପ୍ରଧାନଶିକ୍ଷକ,ଶିକ୍ଷୟତ୍ରୀ ଏବଂ ସହକାରୀ ଶିକ୍ଷକ,ଶିକ୍ଷୟତ୍ରୀ ପତାକା ଉତୋଳନ କରିଥିଲେ।
Comments are closed.