www.samajalive.in
Wednesday, December 10, 2025
26.1 C
Bhubaneswar

ଦଫା କୋହଳ କରିବା ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଧଳାପଥର ଫାଣ୍ଡି ଅଧିକାରୀ

କଳାପଥର(ବାଙ୍କୀ) :ଏକ ଜାତିଆଣ ଆକ୍ଷେପ ସହିତ ଜମିଜମା ମାମଲାର ଦଫା ଗୁଡିକ କୋହଳ କରିବା ସହିତ ଅଭିଯୁକ୍ତ ଦର୍ଶାଯାଇଥିବା ବ୍ୟକ୍ତିଙ୍କୁ ଖସାଇ ଦେବା ପାଇଁ ତାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଆଜି ଅପରାହ୍ନରେ ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡିର ଫାଣ୍ଡି ଅଧିକାରୀଙ୍କୁ ଭିଜିଲାନ୍ସ ଟିମ୍‍ ଗିରଫ କରିଛି। ତାଙ୍କ ଠାରୁ ଲାଞ୍ଚ ଦିଆଯାଇଥିବା ସମସ୍ତ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ସହିତ ଅଧିକ ପଚରାଉଚରା କରିବା ପଇଁ ତାଙ୍କୁ ଭିଜିଲାନ୍ସ ହେପାଜତକୁ ନେଇଛି।

ସୂଚନାଅନୁସାରେ ବୈଦ୍ୟେଶ୍ୱର ଥାନା କଢାମଲ୍ଲ ଗ୍ରାମର ଭୋଳାନାଥ ବେହେରା ନାମକ ଜୈନେକ ବ୍ୟକ୍ତି ସ୍ଥାନୀୟ କୋଦୁଅବେରେଣୀ ଠାରେ ନିଜ ଜମିକୁ ଲାଗି ଏକ ସରକାରୀ ପ୍ଳଟକୁ ଦଖଲ କରି ଆସୁଥିଲେ। ଭୋଳାନାଥଙ୍କ ଅସୁସ୍ଥତାର ସୁଯୋଗନେଇ ବୋଲଗଡ ଥାନା ସାନନୁଆପଲ୍ଲୀ ଗ୍ରାମର ଆଶିଷ କୁମାର ପଣ୍ଡା ନାମକ ଜୈନେକ ବ୍ୟକ୍ତି ଭୋଳାନାଥଙ୍କ ଦଖଲରେ ଥିବା ଜାଗାକୁ ନିଜ ଅକ୍ତିଆରକୁ ନେବାରୁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଘଟଣା ସ୍ଥଳରେ ଆଶିଷ କୁମାର ପଣ୍ଡାଙ୍କ ନାମରେ ଧଳାପଥର ଫାଣ୍ଡିରେ ଗତ ୪-୨-୨୦୨୦ରିଖରେ ଏତ୍ତଲା ଦିଆଯାଇଥିଲା। ଏହି ଏତ୍ତଲାକୁ ଭିତ୍ତିକରି ପୁଲିସ୍‍ ଭିଭିନ୍ନ ଦଫା ସହିତ ଏସି ଏସ୍‍ ଟି ମାମଲା ରୁଜୁ କରିଥିଲା। ଉକ୍ତ ଏତ୍ତଲାରେ ଅଭିଯୁକ୍ତ ବୋଲି କୁହାଯାଉଥିବା ଆଶିଷ କୁମାର ପଣ୍ଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ୨୫ ହଜାର ଟଙ୍କା ଲାଞ୍ଚ ଦେଇ ମାମଲାକୁ କୋହଳ କରିଦେବାକୁ କହିଥିଲେ। ଫଳରେ ଆଶିଷ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗରେ ଆପତ୍ତି କରିବାପରେ ତାଙ୍କୁ ୨୦ ହଜାର ଟଙ୍କାର ରଙ୍ଗ ବୋଳା ଟଙ୍କା ଦିଆଯାଇଥିଲା। ଆଜି ଏହି ଲାଞ୍ଚ ଟଙ୍କା ଫାଣ୍ଡି ଅଧିକାରୀ ଗ୍ରହଣ କରିବା ସମୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଆସିଥିବା ଏକ ଭିଜିଲାନ୍ସ ଟିମ ଏସ ଆଇ ପଣ୍ଡାଙ୍କୁ ଧରିଥିଲେ। ଡି ଏସ ପି ଅର୍ଣ୍ଣପୁର୍ଣ୍ଣା ମହାପାତ୍ରଙ୍କ ନେତୃତ୍ୱରେ ଏହି ଭିଜିଲାନ୍ସ ଟିମ ଫାଣ୍ଡି ଉପରେ ଚଢଉ କରି ତାଙ୍କୁ ଗିରଫ କରିଥିବା ଜଣାଯାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories