www.samajalive.in
Sunday, December 14, 2025
17.1 C
Bhubaneswar

ରିମାଣ୍ଡରେ ଯିବେ ଧଳ ସାମନ୍ତ ଭ୍ରାତା: ୮ ଗିରଫ – ୧୬ ବନ୍ଧୁକ, ୧୦୯୫ ଜୀବନ୍ତ ଗୁଳି ଓ ୪ଟି ବାଇକ ଜବତ

ଆଇଆଇଏଫଏଲ ଡକାୟତି, ଚୋରା ମୋଟର ସାଇକେଲ ଧରିବା, ଖାଦ୍ୟ ପଦାର୍ଥ ଅପମିଶ୍ରଣ ଭଳି ଅପରାଧ ଠାବ କରିବାରେ ପୁଲିସକୁ ସଫଳତା ମିଳିଥିବା ବେଳେ ପୁଲିସ ୧୬ଟି ବନ୍ଧୁକ ଜବତ କରିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ପୁଲିସ ବିଭାଗ ପକ୍ଷରୁ ଦାଦା ବାଟି ଏବଂ ସଂଗଠିତ ଅପରାଧ ଉପରେ ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨୦୧୬ରେ ଧଳ ସାମନ୍ତ ଭାଇଙ୍କ ସହ ଗିରଫ ହୋଇଥିବା ପ୍ରକାଶ ବେହେରା ନାମକ ଜଣେ ଅପରାଧୀ ବନ୍ଧୁକ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ସେ ଅନ୍ୟମାନଙ୍କୁ ତାହା ଯୋଗୁଁ ଥିବା ଜଣାପଡିଛି। ସେ ଜାମିନରେ ଆସିବା ପରେ ଏହି କାର୍ଯ୍ୟରେ ଲିପ୍ତ ଥିବା କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଘଟଣାକ୍ରମରେ ଚୌଦ୍ୱାର ଆଇଆଇସି ବିରଞ୍ଚି ପତି ପ୍ରକାଶକୁ ଗିରଫ କରିବା ପରେ ସେ ସରୋଜ ସେଠି ନାମକ ଜଣେ ବ୍ୟକ୍ତିକୁ ବନ୍ଧୁକ ଚାଲାଣ କରୁଥିବା ଜଣାପଡିଥିଲା ଓ ୨୦୧୬ ପୂର୍ବରୁ ସରୋଜ ଧଳ ସାମନ୍ତ ଭାଇଙ୍କୁ ବନ୍ଧୁକ ଯୋଗାଇଥିବା ପ୍ରକାଶ କରିଛି। ସରୋଜର ତଥ୍ୟକୁ ଭିତ୍ତି କରି ଖାନତଲାସି ବେଳେ ୮ଟି ବନ୍ଧୁକ, ୧୬ଟି ମାଗାଜିନ ଓ ୧୦୫୫ଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ପୁଲିସ କମିଶନର କହିଛନ୍ତି। ତେବେ ସେହି ଜୀବନ୍ତ ଗୁଳିଗୁଡ଼ିକୁ କାନ୍ଥ ଭିତରେ ରଖାଯାଇଥିଲା ଯେଭଳି ତାହା ବାହାରକୁ ଦେଖାଯିବ ନାହିଁ। ଇତିମଧ୍ୟରେ ଅପରାଧୀ ପ୍ରକାଶ ବେହେରା ବନ୍ଧୁକ ଦେଇଥିବା ୬ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଧଳ ସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିବା ସହ ଆଉଥରେ ସେମାନଙ୍କ ସିଡିଏ ସ୍ଥିତ ଘର ଖାନତଲାସୀ କରିବ ବୋଲି ଜଣାପଡିଛି।

- Advertisement -

ତଦନ୍ତରୁ ଜଣାପଡିଛି ଯେ ବିହାରର ମୁଙ୍ଗେରରୁ ବନ୍ଧୁକ ଆସୁଥିଲା ଏବଂ ଏବଂ ସେଠାକାର ଅପରାଧୀମାନେ ଓଡିଶା ଆସି ବନ୍ଧୁକ ଦେଉଥିଲେ। ପୁଲିସ କମିଶନର କହିଛନ୍ତି ଯେ ଅପରାଧୀଙ୍କ ଉପରେ ପୁଲିସ କଡା ନଜର ରଖିଛି ଓ କୌଣସି ପରିସ୍ଥିତିରେ ଦାଦା ବଟି ଓ ଗୁଣ୍ଡାରାଜକୁ ପ୍ରଶ୍ରୟ ଦିଆଯିବ ନାହିଁ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories