www.samajalive.in
Saturday, December 6, 2025
16.1 C
Bhubaneswar

ରାଉରକେଲା, ଝାରସୁଗୁଡ଼ା ଏବଂ ସମ୍ବଲପୁର ଗସ୍ତରେ ଡିଜିପି ଅଭୟ, କରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା କଲେ

ଭୁବନେଶ୍ୱର: ପୁଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ରାଉରକେଲା, ଝାରସୁଗୁଡ଼ା ଏବଂ ସମ୍ବଲପୁର ଗସ୍ତ କରି କରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ଏହାସହିତ ମେ’ ୫ ତାରିଖରୁ ହେବାକୁଥିବା ତାଲାବନ୍ଦକୁ ସେଠାରେ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା କରିଛନ୍ତି।

ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ତାଲା ବନ୍ଦ ଏବଂ ସପ୍ତାହାନ୍ତ ସଟଡାଉନକୁ କଡାକଡି ଲାଗୁ କରିବା, ସୀମା ଯାଞ୍ଚ ପୋଷ୍ଟଗୁଡିକରେ ଯାଞ୍ଚ କଡ଼ାକଡ଼ି କରି ଆନ୍ତଃ ରାଜ୍ୟ ଗତିବିଧି ଉପରେ ନଜର ରଖିବା ଏବଂ କୋଭିଡ୍ -୧୯ର ମୁକାବିଲା ପାଇଁ ପୁଲିସର ସହାୟତାକୁ ଆହୁରି ବୃଦ୍ଧି କରିବା ନେଇ ସମୀକ୍ଷା କରାଯାଇଛି। କାର୍ୟ୍ୟରତ ପୁଲିସ କର୍ମଚାରୀଙ୍କ ସହ ଡିଜିପି କଥା ହୋଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିବା ସହ କାର୍ୟ୍ୟକଳାପ ବିଷୟରେ ଯାଞ୍ଚ କରିଛନ୍ତି।

- Advertisement -

ଏହାବ୍ୟତୀତ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାରେ ସୀମା ସିଲ୍‌ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି। ରାଉରକେଲାରେ ୩ ପ୍ଲାଟୁନ ପୁଲିସ ବାହିନୀ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୪ ପ୍ଲାଟୁନ ଲେଖାଏଁ ଏବଂ ସମ୍ବଲପୁରରେ ୭ ପ୍ଲାଟୁଲ ପୁଲିସ ବାହିନୀ ନିୟୋଜିତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି। ମେଡିକାଲ ଟିମ୍ ସହିତ ଜିଆରପି ପୋଲିସ୍ କର୍ମଚାରୀମାନେ ଟ୍ରେନ୍ ଯୋଗେ ଆସୁଥିବା ଆନ୍ତଃ ରାଜ୍ୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ପୁଲିସ ଡିଜି କହିଛନ୍ତି।

ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ(ଆଇନ ଶୃଙ୍ଖଳା) ଯଶୱନ୍ତ ଜେଠୱା ଡିଜିପିଙ୍କ ସହ ଏହି ଗସ୍ତରେ ସାମିଲ ଥିଲେ।

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories