www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନ ଆୟୋଗଙ୍କ କଟକଣାକୁ ଫୁ’, ବିଜୟ ପୂର୍ବରୁ ଉତ୍ସବ ମନାଇଲେ ଟିଏମସି ସମର୍ଥକ

କଲକାତା: ନିର୍ବାଚନ ଯୋଗୁ ହିଁ ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ଭୟଙ୍କର ରୂପ ଧାରଣ କରିଛି। ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଥିଲେ ମାଡ୍ରାସ ହାଇକୋର୍ଟ। ନିର୍ବାଚନ ଆୟୋଗଙ୍କୁ ହାଇକୋର୍ଟ ଚେତାବନୀ ଦେଇ କହିଥିଲେ ​‌ଉପଯୁକ୍ତ ବିଧିବ୍ୟବସ୍ଥା ଗ୍ରହଣ ନ କଲେ ମେ ୨ର ଭୋଟଗଣତି କାର୍ଯ୍ୟକୁ ବାତିଲ କରିଦିଆଯିବ। ତଦନୁଯାୟୀ, ନିର୍ବାଚନ ଆୟୋଗ ମେ ୨ ଭୋଟଗଣତି ପରବର୍ତ୍ତୀ ବିଜୟ ଉତ୍ସବ ଉପରେ କଟକଣା ଲଗାଇଥିଲେ। କୌଣସି ବି ଦଳ ବିଜୟ ଉତ୍ସବ ମନାଇପାରିବେ ନାହିଁ ବୋଲି ଆୟୋଗ କହିଥିଲେ। କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି ସମର୍ଥକମାନେ ତାହାର ଖୋଲାଖୋଲି ଉଲ୍ଲଂଘନ କରି ବିଜୟ ପୂର୍ବରୁ ଉତ୍ସବ କରିଛନ୍ତି। ରବିବାର ଭୋଟ ଗଣତି ଚାଲିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ରବିବାର ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଚାଲିଛି। ଅପରାହ୍ନ ୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ଟିଏମସି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଥିଲା। ତେଣୁ ଟିଏମସି ଶିବିରରେ ଖୁସିର ଲହରି ଦେଖିବାକୁ ମିଳିଥିଲା। ବିଜୟ ପୂର୍ବରୁ ଟିଏମସି ସମର୍ଥକମାନେ ଏକତ୍ର ହୋଇ ବିଜୟ ଉତ୍ସବ ମନାଉଥିବା ଦେଖାଯାଇଥିଲା। ଅଧିକାଂଶଙ୍କ ମୁହଁରେ ମାସ୍କ ନ ଥିବାବେଳେ ସାମାଜିକ ଦୂରତା ବହୁ ଦୂରର କଥା ବୋଲି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କାର୍ଯ୍ୟକର୍ତ୍ତାମାନେ ସବୁ କଟକଣା ଏବଂ ନିୟମକୁ ଉଲ୍ଲଂଘନ କରି ଏକାଠି ହୋଇଥିଲେ। ନାଚଗୀତ କରି ବାଇକ୍‌ ଶୋଭାଯାତ୍ରା କରିବାକୁ ବାହାରିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି ପୁଲିସ ଏସବୁ ଦୃଶ୍ୟ ଦେଖୁଥିଲେ ବି ଉପାୟଶୂନ୍ୟ ହୋଇପଡ଼ିଥିଲା। ହାତଗଣତି ପୁଲିସ କର୍ମଚାରୀ ଟିଏମସି କାର୍ଯ୍ୟକର୍ତ୍ତାମାନଙ୍କୁ ବାରଣ କରିବାକୁ ସାହସ କରି ନ ଥିଲେ। କେବଳ ବାରିକେଡ୍‌ କରି ପୁଲିସ ଜଗି ରହିଥିଲା।

- Advertisement -

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories