www.samajalive.in
Saturday, December 6, 2025
14.1 C
Bhubaneswar

କରୋନାରେ ପ୍ରାଣ ହରାଇଲେ ଶିକ୍ଷକ, ଆତ୍ମହତ୍ୟା କଲେ ପତ୍ନୀ

ବ୍ରହ୍ମପୁର : କରୋନାର ଆଉ ଏକ କରୁଣ କାହାଣୀ ସାମ୍ନାକୁ ଆସିଛି । ୨ ଦିନ ତଳେ କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷକଙ୍କ ପତ୍ନୀ ଦୁଃଖ ସହି ନପାରି ଆଜି ଆତ୍ମହତ୍ୟା କରିଛନ୍ତି । ବର୍ଷକ ତଳେ ଏହି ପରିବାରର ପୁଅ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୌନ୍ଦର୍ୟ୍ୟ ବିହାରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ ଶିକ୍ଷକ ଜଣଙ୍କ ହେଲେ ହାଡ଼ିବନ୍ଧୁ ନାହାକ(୫୨) ଓ ତାଙ୍କ ପତ୍ନୀ କବିତା ନାହାକ(୪୫)।
ହାଡିବନ୍ଧୁ ବ୍ରହ୍ମପୁର ସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିରରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ୫ ଦିନ ତଳେ କରୋନାରେ ପିଡିତ ହେବା ପରେ ସେ ବ୍ରହ୍ମପୁର ବଡଡାକ୍ତରଖାନାର କୋଭିଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ପୁଅର ମୃତ୍ୟୁକୁ ନେଇ ଚିନ୍ତାରେ ରହିଥିବା କବିତା ସ୍ବାମୀଙ୍କ ମୃତ୍ୟୁ ପରେ ଗତକାଲି ରାତି ୨ଟା ବେଳେ ନିଜ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।  ଖବରପାଇ ସଦର ଥାନା ପୁଲିସ ମୃତ କବିତାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories