www.samajalive.in
Saturday, December 13, 2025
21.1 C
Bhubaneswar

ପଶ୍ଚିମବଙ୍ଗରେ ଟିଏମସି ଆଗୁଆ, ୧୦୦ ଆସନ ଡେଇଁବନି ବିଜେପି !

କଲକାତା: ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିକଟରେ ଶେଷ ହୋଇଥିବା ନିର୍ବାଚନର ଭୋଟଗଣତି ରବିବାର ଜାରି ରହିଛି। ସବୁଠୁ ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗରେ ଏଥର ମୋଦୀ-ମମତା ଲଢ଼େଇ ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ଆକଳନ କରିଥିଲେ। କିନ୍ତୁ ଏହା ଏକପ୍ରକାର ଭୁଲ ପ୍ରମାଣିତ ହେବାକୁ ଯାଉଛି। ପଶ୍ଚିମବଙ୍ଗରେ ଶାସକ ଟିଏମସି ପୁଣି ଥରେ କ୍ଷମତାକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ ବିଜେପି ପ୍ରଚାରକୁ ଯେଉଁଭଳି ଜୋରଦାର କରିଥିଲା, ସେହିପରି ଅଧିକ ଆସନ ହାତେଇବା ଭଳି ମନେ ହେଉନାହିଁ। ଏଥର ବିଜେପି ପଶ୍ଚିମବଙ୍ଗରେ ୧୦୦ ଆସନ ଡେଇଁବା ଆଶଙ୍କା ଉପୁଜିଛି। ରବିବାର ଅପରାହ୍ନ ୨ଟା ସୁଦ୍ଧା ହୋଇଥିବା ଗଣତିରୁ ଏଭଳି ଆକଳନ କରାଯାଉଛି।

୨୯୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ସରକାର ଗଢ଼ିବା ଲାଗି ୧୪୭ ଆସନ ଦରକାର। କିନ୍ତୁ ରବିବାର ଚାଲିଥିବା ଭୋଟଗଣତିରେ ଅପରାହ୍ନ ୨ଟା ସୁଦ୍ଧା ଶାସକ ଟିଏମସି ୨୦୧ ଆସନରେ ଆଗୁଆ ରହିଛି। ୨୦୧୬ରେ ଏହି ଆଞ୍ଚଳିକ ଦଳ ୨୧୧ ଆସନରେ ବିଜୟୀ ହୋଇଥିଲା। ଅନ୍ୟପଟେ ଏଠାରେ ଏନଡିଏ ମାତ୍ର ୭୯ ଆସନରେ ଆଗୁଆ ଅଛି। ସେଥିରୁ ବିଜେପି ୭୮ ଏବଂ ଏହାର ସହଯୋଗୀ ଏଜେଏସୟୁ ଗୋଟିଏ ଆସନରେ ଆଗୁଆ ଥିବା ସୂଚନା ମିଳିଛି।

- Advertisement -

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରରେ କ୍ଷମତାସୀନ ହୋଇଥିଲେ। ସେତେବେଳେ ମୋଦୀ ଲହର ସାରା ଦେଶରେ ଦେଖିବାକୁ ମିଳିଥିଲା ଏବଂ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ଥିଲା। ଏହା ସତ୍ବେ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କିଛି ରାଜ୍ୟରେ ମୋଦୀ ଲହର କାମ ଦେଇ ନ ଥିଲା। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, କେରଳ ପଞ୍ଜାବ ଭଳି ଅନେକ ରାଜ୍ୟ ରହିଥିଲେ। ଏଥର ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ମୋଦୀ-ଶାହଙ୍କ ଯୋଡ଼ି ବିଫଳ ହୋଇଥିବା ଚର୍ଚ୍ଚା ଆରମ୍ଭ ହେଲାଣି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories