www.samajalive.in
Friday, December 12, 2025
15.1 C
Bhubaneswar

କରୋନା ଟିକା ନେବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ

ଅଧିକାଂଶ ସ୍ଥାନରେ ବରିଷ୍ଠ ଓ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଓ ମହିଳାଙ୍କୁ କରୋନା ଟିକା ଦିଆଯାଇସାରିଛି। ଏହାସହ ମେ ୧ରୁ ୧୮ ବର୍ଷରୁ ଅଧିକ ସଭିଁଙ୍କୁ କରୋନା ଟିକା ଦିଆଯିବା ଆରମ୍ଭ ହୋଇଛି। ଏଭଳି ସମୟରେ କରୋନା ଟିକା ନେବା ପୂର୍ବରୁ ଓ ପରେ କେଉଁ ଖାଦ୍ୟ ଖାଇବେ ଓ ଖାଇବେ ନାହିଁ ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ……..
କରୋନା ଟିକା ନେବାର କିଛି ଦିନ ପୂର୍ବରୁ ଓ ପରେ ମଦ୍ୟପାନ କରନ୍ତୁ ନାହିଁ। ଏହା କ୍ଷତିକାରକ ହୋଇଥାଏ।
ଟିକା ନେବା ପରେ କିଛି ବ୍ୟକ୍ତିଙ୍କୁ ପାଶ୍ୱର୍ ପ୍ରଭାବ ଦେଖାଦେଇଥାଏ। ଯେପରି ଜ୍ୱର ହେବା, ମୁଣ୍ଡ ବିନ୍ଧା, ଦେହ ହାତ ବ୍ୟଥା ଭଳି ପ୍ରଭାବ ଦେଖାଦେଇଥାଏ।
ଟିକା ନେବାର ଦିନକ ପୁର୍ବରୁ ଶରୀରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଅନ୍ତୁ। ରାତିରେ ଉତ୍ତମ ନିଦ୍ରାରେ ଶୁଅନ୍ତୁ। ସଠିକ ମାତ୍ରାରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଟିକା ନେବାର ଦିନକ ପୂର୍ବରୁ ସୁପ, ସାଲଡ ଖାଇବାକୁ ନିଶ୍ଚୟ ଚେଷ୍ଟା କରନ୍ତୁ। ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଖାଇପାରିବେ।
ଫଳର ମଧ୍ୟ ସେବନ କରିପାରିବେ। ମାତ୍ର ଯେକୌଣସି ଖାଦ୍ୟ ଖାଇବାର ତୁରନ୍ତ ପରେ ଶୁଅନ୍ତୁ ନାହିଁ। ଶୋଇବାର ୧ କିମ୍ବା ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ ।
ପ୍ରଚୁର ପରିମାଣରେ ପାଣି ନିଶ୍ଚୟ ପିଅନ୍ତୁ। ଟିକା ନେବା ପୂର୍ବରୁ ଶରୀରରେ ପାଣିର ଆଦୌ ଅଭାବ ହେବା ଉଚିତ ନୁହେଁ।
କାକୁଡି ଖାଇବା ସହ ଲେମ୍ବୁପାଣି ପିଇବା ମଧ୍ୟ ଉତ୍ତମ।
କିଛି ଲୋକଙ୍କୁ ଅଧିକ ହାଲିଆ ଅନୁଭବ ହୋଇଥାଏ। ତେଣୁ ସେମାନଙ୍କୁ ଟିକା ନେବା ପୂର୍ବରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
ଟିକା ନେବା ପୂର୍ବରୁ ବିଭିନ୍ନ ପ୍ରକାର ସାଲାଡ, ଆମଲେଟ ମଧ୍ୟ ଖାଇପାରିବେ।
ଟିକା ନେବା ପୂର୍ବରୁ ବ୍ୟସ୍ତ ଲାଗିବା ଭଳି ଅନୁଭବ ହେବା ସହ ଯଦି କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ନ ହୁଏ , ତେବେ ଆପଣ କଦଳୀ, ଦହି ସରବତ ମଧ୍ୟ ସେବନ କରିପାରିବେ। ଟିକା ନେବା ପରେ ସହଜରେ ହଜମ ହେଉଥିବା ଜିନିଷର ସେବନ କରିବା ଉଚିତ।
କିଛି ଲୋକଙ୍କୁ ଟିକା ନେବା ପରେ ବ୍ୟସ୍ତ ଭଳି ଅନୁଭବ ହେବା ସହ ବାନ୍ତି ଲାଗିଥାଏା ତେଣୁ ଟିକା ନେବା ପରେ ପଇଡ ପାଣି, ସୁପ, ତରଭୂଜ, ମାଟିଆ ଚାଉଳ, କଦଳୀ , ଆଳୁର ମଧ୍ୟ ସେବନ କରିପାରିବେ। ମାତ୍ର ଟିକା ନେବା ପରେ ସଙ୍ଗେ ସଙ୍ଗେ ଛଣାଛଣି, ମାଂସ ,ମିଠା ଆଦି ଖାଇବା ଅନୁଚିତ।
ନିୟମିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories