www.samajalive.in
Monday, December 15, 2025
17.1 C
Bhubaneswar

ନୂଆପଡ଼ା ଉପନିର୍ବାଚନ: ସୁରକ୍ଷା ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ  ଯୋଗେଶ ବାହାଦୁର ଖୁରାନିଆ ଶନିବାର ନୂଆପଡା ଜିଲ୍ଲା ଗସ୍ତ କରି ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନିର୍ବାଚନ ସମୟରେ ପୁଲିସକୁ ସଜାଗ ଓ ତତ୍ପର ରହିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପି ପ୍ରଥମେ ଓଡ଼ିଶା ଛତିଶଗଡ ସୀମାନ୍ତରେ ଅବସ୍ଥିତ ସୁନାବେଡା ଓ ଦାତୁନାମା CRPF କ୍ୟାମ୍ପ ଓ ପରେ ଜାମଙ୍ଗାରେ ଅବସ୍ଥିତ IR ବାଟାଲିୟନ କ୍ୟାମ୍ପ ପରିଦର୍ଶନରେ ଯାଇ ସେଠାରେ ମୃତୟନ ଥିବା ଅର୍ଦ୍ଧସାମରିକ ବଳ ତଥା ଓଡିଶା ପୁଲିସର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କ ସହ ଆଲୋଚନା କରିଥିଲେ। କଠିନ ପରିଶ୍ରମ ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବା ସହ  ଉପନିର୍ବାଚନ ଲାଗି ପ୍ରସ୍ତୁତ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।

- Advertisement -

ଏହାପରେ  ଜିଲା ପୁଲିସ କାର୍ଯ୍ୟାଳୟରେ ଡିଜିପି ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ନିମନ୍ତେ ପଦକ୍ଷେପର ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ମାଓବାଦୀ ଦମନ ଉପରେ ଜିଲା ପୁଲିସର ରଣନୀତି ଏବଂ ଗୁଇନ୍ଦା ସୂଚନା ଆଧାରରେ ନକ୍ସଲ ବିରୋଧୀ ଅଭିଯାନ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୨୬ ଓ ୧୨୯ ଅନୁଯାୟୀ  ପ୍ରତିରୋଧ ମୂଳକ ବ୍ୟବସ୍ଥା ଗ୍ରହଣ କରିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟ(NBWs)କୁ କାର୍ଯ୍ୟକାରୀ କରିବା ସହ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପଗୁଡ଼ିକୁ ତୀବ୍ର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ଛଡ଼ା EVM ଗୁଡିକର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ CCTV କଭରେଜ, ଷ୍ଟ୍ରଙ୍ଗ୍ ରୁମରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ECI ନିର୍ଦ୍ଦେଶାବଳୀର କଡାକଡି ଅନୁପାଳନ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ନିର୍ବାଚନ ଆଚରଣ ବିଧିର କଡାକଡି ଅନୁପାଳନ କରିବାକୁ ଡିଜିପି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ସମଗ୍ର ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ, ମୁକ୍ତ ଏବଂ ନିରପେକ୍ଷ ଭାବରେ ସମାପନ ହେବା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଅଧିକ ଫୋର୍ସ ମୁତୟନ କରିବା, ଆନ୍ତଃରାଜ୍ୟ ସୀମାନ୍ତରେ କଡ଼ା ପାଟ୍ରୋଲିଂ ଏବଂ ଅସାମାଜିକ ତତ୍ତ୍ୱ ଉପରେ ନଜର ରଖିବାକୁ ମଧ୍ୟ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ(ECI)ର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଡିଜିପିଙ୍କ ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ନକ୍ସଲ ବିରୋଧୀ ଅପରେସନ) ସଞ୍ଜୀବ ପଣ୍ଡା,  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ରାଜେଶ କୁମାର, ଆଇଜିପି (ଉତ୍ତରାଞ୍ଚଳ) ହିମାଂଶୁ ଲାଲ, ଡିଆଇଜି(ଅପେରସନ) ଅଖିଳେଶ୍ୱର ସିଂହ, ଡିଆଇଜି( ଦକ୍ଷିଣାଞ୍ଚଳ) ଡ଼. କେ. ଭି. ସିଂହ, ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂହ,  କଳାହାଣ୍ଡି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ନାଗରାଜ୍ ଦେବେରକୋଣ୍ଡା ଓ ବଲାଙ୍ଗିର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories