ଆଥଲେଟିକ ଚମ୍ପିୟନସିପ୍ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

କଟକ : ୬୯ତମ ଓଡିଶା ରାଜ୍ୟ  ଆଥଲେଟିକ ଚମ୍ପିୟନସିପ୍ – ୨୦୨୩ ରେ ପଦକ ଜିତି ଓଡିଶା ପୁଲିସର ସୁନାମ ବଢାଇଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ସୋମବାର ଅପରାହ୍ନରେ ପଦକ ଜିତିଥିବା ପ୍ରତିଯୋଗୀମାନେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବଂସଲଙ୍କୁ ସାକ୍ଷାତ କରିଥିଲେ।ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ)  ଆର. କେ. ଶର୍ମା ଉପସ୍ଥିତ ଥିଲେ।

prayash

ଉଲ୍ଲେଖଯୋଗ୍ୟ ଯେ, ଭୁବେନେଶ୍ବରସ୍ଥିତ କିଟ୍ ଆଥଲେଟିକ ଷ୍ଟାଡିୟମରେ ଗତ ୨୨ ରୁ ୨୫ ଜୁନ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅଶୋକ ଦଣ୍ଡସେନା ୧୫୦୦ ଓ ୩୦୦୦ ମିଟର (ଷ୍ଟିପଲ ଚେଜ) ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି  ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ମହିଳା ବିଭାଗରେ ଓଡିଶା ପୁଲିସ ଦଳଗତ ଚମ୍ପିୟାନ ହୋଇଛି। ସେହିପରି ବିଘ୍ନରାଜ ମିରିଡିଆ ୨୦୦ ଏବଂ ୪୦୦ ମିଟର ଦୌଡରେ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ, ରାକେଶ କୁମାର ସାହୁ (ଡେକାଥଲନ) ରେ ସ୍ଵର୍ଣ୍ଣ ଓ (ପୋଲଭୋଲ୍ଟ) ରେ ବ୍ରୋଞ୍ଜ ପଦକ, ଯୋଗେଶ କୁମାର ଦାସ (ହାମର ଥ୍ରୋ)ରେ ସ୍ଵର୍ଣ୍ଣ ପଦକ, ବିଜୟ  କୁମାର ସାହୁ ୪୦୦  ମିଟର (ବାଧା ଦୌଡ)ରେ ସ୍ଵର୍ଣ୍ଣ ପଦକ, ସୁନୀଲ ନାୟକ ୮୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ, ସୂର୍ଯ୍ୟକାନ୍ତ ରାୟ ୫୦୦୦ ଏବଂ ୧୦୦୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ, ସମ୍ରାଟ ସା (ଲଙ୍ଗଜମ୍ପ)ରେ ବ୍ରୋଞ୍ଜ ପଦକ, ନିରଞ୍ଜନ ମହାନ୍ତି ୧୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ, ବନିତା ଲାକ୍ରା ୧୦୦ ଏବଂ ୨୦୦ ମିଟର ଦୌଡରେ ସ୍ଵର୍ଣ୍ଣ ପଦକ, ମିତାଲି  ମଲ୍ଲିକ ୪୦୦ ମିଟର ଦୌଡରେ ସ୍ଵର୍ଣ୍ଣ ପଦକ, ସଶ୍ମିତା ବେହେରା (ଜାଭଲିନ ଥ୍ରୋ)ରେ ସ୍ଵର୍ଣ୍ଣ ପଦକ ଓ (ଡ଼ିସକସ ଥ୍ରୋ)ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସାକ୍ଷାତ ସମୟରେ ସେକ୍ସନ ଅଫିସର, ସ୍ପୋର୍ଟ୍ସ  ସେଲ ମହମ୍ମଦ ସହିଦ ଜବାର ଓ କୋଚ୍ ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.