ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ : ଜାମ୍ମୁ-କାଶ୍ମୀର ଡିଜିପି

ଶ୍ରୀନଗର : ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଘ୍‍ ସିଂହ କହିଛନ୍ତି। ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜାମ୍ମୁ-କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅବା ଭାରତ ଉପରେ ଆକ୍ରମଣର ପ୍ରୟାସ କଲେକାର୍ଯ୍ୟାନୁଷ୍ଠାନ ଜାରି ରହିବ। ରାଜ୍ୟର ସବୁ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

prayash

ବିଏସ୍‍ଏଫ୍‍ର ମହାନିର୍ଦ୍ଦେଶକ ରଜନୀକାନ୍ତ ମିଶ୍ରଙ୍କ ସହ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସହିତ ଆଉ କେତେକ
ଆତଙ୍କବାଦ ପ୍ରବଣ ଜିଲ୍ଲା ପରିଦର୍ଶନ କରି ମିଳିତ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି। ରାଜ୍ୟରେ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପୁଲିସ ଓ ନିରାପତ୍ତା ବାହିନୀର ମିଳିତ ଉଦ୍ୟମରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରୁ ସୁଫଳ ମିଳୁଛି। ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯାଉଛି। ଆଇନ ଶୃଙ୍ଖଳା ବିଗାଡ଼ିବାକୁ ଉଦ୍ୟମ କରୁଥିବା ଗୋଷ୍ଠୀ ଓ ଲୋକଙ୍କ ପ୍ରତି ସତର୍କ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati

Comments are closed.