www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିିଡିଓ ; ମନ୍ଦିର ଭୋଗ ଲଡୁରୁ ବାହାରିଲା ମଲା ଅସରପା

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏଭଳି ଭିିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଅନେକ ଘଟଣାକୁ ସାମ୍ନାକୁ ଆଣିବା ସହ ହଇଚଇ ସୃଷ୍ଟି କରିଥାଏ । ରେସ୍ତୋରାଁ ଠାରୁ ଆରମ୍ଭ କରି ମନ୍ଦିର ବିଭିନ୍ନ ସ୍ଥାନରେ ଖାଦ୍ୟ ସହ ଜଡିତ ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଏଭଳି ମଧ୍ୟ ରେସ୍ତୋରାଁ ଓ ହୋଟେଲର ଖାଦ୍ୟରୁ ପୋକ, ଅସରପା ଆଦି ବାହାରିବା ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହୋଇଛି । ଭିଡିଓରେ ଏକ ମନ୍ଦିରର ଭୋଗ ଲଡୁରୁ ଅସରପା ବାହାରୁଥିବା ଦେଖାଯାଉଛି । ଭାଇରାଲ୍‌ ଭିଡିଓରେ ଦାବି କରାଯାଇଛି, ଏହି ଲଡୁ ଆନ୍ଧ୍ରପ୍ରଦେଶ ଶ୍ରୀଶୈଳମ୍‌ ଦେବସ୍ଥାନମ ମନ୍ଦିରରେ ମିଳୁଥିବା ଲଡୁ ଭୋଗ । ଏହାପରେ ମନ୍ଦିର ଭୋଗକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଲଡୁ ଭିତରେ ଏକ ମଲା ଅସରପା ଦେଖାଯାଉଛି । ଜଣେ ଶ୍ରଦ୍ଧାଳୁ ଏହାକୁ ପୋଷ୍ଟ କରିବା ସହ ଏନେଇ ମନ୍ଦିର କାର୍ଯ୍ୟକାରୀ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ।

- Advertisement -

ଜଣେ ଶ୍ରଦ୍ଧାଳୁ ଏହି ଅଭିଯୋଗ କରି କହିଛନ୍ତି, ସେ ୨୯ ଜୁନ୍‌ରେ ଶ୍ରୀଶୈଳମ୍‌ ଦେବସ୍ଥାନମ ମନ୍ଦିର ଯାଇଥିଲେ । ଯେଉଁଠାରେ ଦର୍ଶନ ପରେ ତାଙ୍କୁ ଲଡୁ ଭୋଗ ମିଳିଥିଲା । ଭୋଗ ଖାଇବା ସମୟରେ ସେଥିରୁ ଏକ ମଲା ଅସରପା ବାହାରିଥିଲା । ଏହାପରେ ସେ ମନ୍ଦିର କାର୍ଯ୍ୟକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଧ୍ୟାନ ଦେବା ପାଇଁ କହିଥିଲେ। ମନ୍ଦିରର ଅଧିକାରୀ କହିଛନ୍ତି, ଭୋଗ ତିଆରି ସମୟରେ ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଏ । ଭୋଗକୁ ନେଇ ଚିନ୍ତିତ ନହେବା ମଧ୍ୟ କହିଛନ୍ତି।

ବୃହସ୍ପତି ଚଳନ.. ଜୁଲାଇ ୯ପରେ ଧନରେ ଭର୍ତ୍ତି ହେବ ଏହି ରାଶିଙ୍କ ଆଲମିରା, ହେବ ବିବାହ, କିଣିବେ ଜମି, ଦୂର ହେବ ସବୁ ଚିନ୍ତା..

ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଭିଡିଓ ; ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତି କାର୍‌, ଜଣେ ମୃତ, ଅନେକ ଗୁରୁତର

କୋଭିଡ୍‌ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories