ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହାପୁରରୁ ଛାତିଥରା ଘଟଣାର ଏକ ଭିଡିଓ ଏବେ ଦ୍ରୁତଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଏକ ଦ୍ରୁତଗତି କାର୍ ସ୍ଥାନୀୟ ହୋଟେଲ ବାହାରେ ଠିଆ ହୋଇଥିବା କିଛି ଲୋକଙ୍କ ଉପରେ ଚଢାଇ ଦେଇଛି । ଏହି ଛାତିଥରା, ମର୍ମନ୍ତୁଦ ଦୁର୍ଘଟଣା ୯ ନମ୍ବର ଜାତୀୟ ରାଜପଥରେ ନିକଟରେ ଘଟିଛି । ହୋଟେଲ ବାହାରେ କିଛି ଲୋକେ ବସିଥିବା ବେଳେ କିଛି ଲୋକେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ । ହଠାତ୍ ସେହି ସମୟରେ ମାଡି ଆସିଥିଲା ଦ୍ରୁତ ଗତିରେ ଥିବା କାର୍ ଆଉ ଅନିୟନ୍ତ୍ରିତ ହୋଇ ଲୋକଙ୍କ ଉପରେ ମାଡିଗଲା । ଜଣଙ୍କ ପରେ ଜଣଙ୍କ ଉପରେ କାର୍ ଚଢାଇବା ଦ୍ୱାରା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା ।
खौफनाक हादसे का ये वीडियो हापुड़ का है.. नेशनल हाईवे 9 पर बने राजा हवेली होटल में तेज रफ्तार कार लोगों को टक्कर मारते हुए घुस गई.. हादसे में अजीत पाल नाम के युवक की मौत हो गई है. होटल में अजीत पाल की प्रेमिका की बर्थडे पार्टी चल रही थी. अजीत प्रेमिका को विश करने वहां गया था. इसी… pic.twitter.com/YDgfJRDsDF
— Vivek K. Tripathi (@meevkt) July 1, 2025
ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଭିଡିଓରେ ଦେଖିପାରିବେ, କିଭଳି ଏକ ଦ୍ରୁତ ଗତି କାର୍ ହୋଟେଲ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଉଛି । ସେହି ସମୟରେ ଦୃଶ୍ୟ ଦେଖିଲେ ଯେକେହି ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଦୁର୍ଘଟଣା ପରେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
କୋଭିଡ୍ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ



