www.samajalive.in
Saturday, December 13, 2025
18.1 C
Bhubaneswar

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ବିବାଦ; ସମାଧାନ ଉଦ୍ୟମ ବିଫଳ

ତିରୁଅନନ୍ତପୁରମ୍‍ : ସାବରିମାଳା ଆୟାପ୍ପାନ୍‍ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ସୋମବାର ଅନୁଷ୍ଠିତ ବୈଠକ ବିଫଳ ହୋଇଛି। ବୁଧବାର ମନ୍ଦର ଖୋଲୁଥିବାବେଳେ ଟ୍ରାଭାଙ୍କୋର ଦେବସ୍ୱମ୍‍ ବୋର୍ଡ, ପାଣ୍ଡାଲାମ୍‍ ରାଜପରିବାର ସଦସ୍ୟ, ମନ୍ଦିରର ମୁଖ୍ୟ ପୁରୋହିତ ବା ତନ୍ତ୍ରୀଙ୍କ ସହ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ସରକାରୀ ପ୍ରତିନିଧି ମଙ୍ଗଳବାରର ବୈଠକରେ ଉପସ୍ଥିତ ରହି ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ ମଧ୍ୟ କୌଣସି ରାସ୍ତା ବାହାରି ପାରିନାହିଁ। ପୁନର୍ବାର ୧୯ତାରିଖକୁ ବୈଠକ ଆହ୍ୱାନ କରାଯାଇଥିବା ଜଣାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ ସୁପ୍ରିମକୋର୍ଟ ରାୟ କାର୍ଯ୍ୟକାରୀ କରିବା ଜିଦ୍‍ରେ ଅଟଳ ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ଏହାର ଦୃଢ଼ ବିରୋଧ ଜାରି ରଖିଛି। ବସ୍ତୁତଃ ଏହା ଏବେ ସମ୍ପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି।
ବୈଠକ ପରେ ବୋର୍ଡ ସଭାପତି ଏ. ପଦ୍ମକୁମାର କହିଛନ୍ତି ଯେ ବିବାଦର ସମାଧାନ ପାଇଁ ବୋର୍ଡ ଯେ କୌଣସି ନିଷ୍ପତ୍ତିରେ ରାଜି ଅଛି; କିନ୍ତୁ କେହି ନିଜ ଜିଦ୍‍ ଛାଡ଼ୁ ନାହାନ୍ତି। ବୋର୍ଡ ସୁପ୍ରିମକୋର୍ଟଠାରୁ ଅଧିକ ସମୟ ମାଗିବାକୁ ଚିନ୍ତା କରୁଥିବା ସେ କହିଛନ୍ତି। ସୁପ୍ରିମକୋର୍ଟ ରାୟର ପୁନର୍ବିଚାର ପାଇଁ ଆବେଦନ କରାଯିବା ଉପରେ ବିରୋଧୀ ପକ୍ଷ ଜିଦ୍‍ ଧରିଛନ୍ତି। ରାଜ ପରିବାର ପକ୍ଷରୁ କୌଣସି ସମ୍ଭାବ୍ୟ ହିଂସାକାଣ୍ଡ ରୋକିବା ଲକ୍ଷ୍ୟରେ ବର୍ତ୍ତମାନର ସ୍ଥିତାବସ୍ଥା ବଜାୟ ରଖିବା ଉପରେ ଜୋର ଦିଆଯାଇଥିବା କହିଛନ୍ତି ଏହାର ସଦସ୍ୟ ଶଶୀକୁମାର ବର୍ମା। ମଙ୍ଗଳବାର ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‍ ବୈଠକ ଡକାଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଯେଉଁ ଭକ୍ତ ମନ୍ଦିରରେ ପ୍ରବେଶ କରିବାକୁ ଇଚ୍ଛୁକ ସେମାନଙ୍କୁ ସରକାର ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବେ ବୋଲି ବିଜୟନ୍‍ କହିଛନ୍ତି। ନିଲକଲ୍‍ଠାରେ ମନ୍ଦିରକୁ ଆସୁଥିବା କିଛି ମହିଳା ସାମ୍ବାଦିକଙ୍କୁ ବସ୍‍ରୁ ଓହ୍ଲାଇଦେବା ଘଟଣାରେ ସେ ଆଇନକୁ କେହି ହାତକୁ ନନେବା ପାଇଁ ନିବେଦନ କରିଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ରାୟ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିରର ପରମ୍ପରା ଓ ସଂସ୍କୃତି ଉପରେ ଜ୍ଞାନ ଥିବା କିଛି ବ୍ୟକ୍ତିବିଶେଷଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ମନ୍ଦିର ପ୍ରବେଶକୁ ବିରୋଧ କରୁଥିବା ପ୍ରାୟ ୩୦ଟି ସଂଗଠନ ସ୍ୱତନ୍ତ୍ର ବାହିନୀ ଗଠନ ପୂର୍ବକ ପର୍ବତ ଉପରିସ୍ଥ ମନ୍ଦିରକୁ ଯିବା ପାଇଁ ରହିଥିବା ମୂଳ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। କୌଣସି ଭକ୍ତଙ୍କୁ ପାମ୍ବା ଅଭିମୁଖେ ଯିବାକୁ ଦିଆଯାଉ ନାହିଁ।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories