www.samajalive.in
Friday, December 12, 2025
15.1 C
Bhubaneswar

ଜିପିଏଫ ସୁଧହାର ୮%କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମଙ୍ଗଳବାର ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ) ସୁଧହାର ୭.୬%ରୁ ୮%କୁ ବୃଦ୍ଧି କରିଛନ୍ତି। ଅକ୍ଟୋବର-ଡିସେମ୍ବର ତ୍ରୈମାସ ପାଇଁ ଜିପିଏଫ ସୁଧହାରରେ ଏହି ବୃଦ୍ଧି କରାଯାଇଛି। ଅକ୍ଟୋବର ୧ରୁ ବର୍ଦ୍ଧିତ ଜିିପିଏଫ ସୁଧହାର ଲାଗୁ ହେବ। ଜିପିଏଫ ସୁଧହାର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀ, ରେଳ ଏବଂ ପ୍ରତିରକ୍ଷା ବିଭାଗର ୫୦ ଲକ୍ଷ କର୍ମଚାରୀ ଲାଭାନ୍ୱିତ ହେବେ। ଗତ ମାସରେ ସରକାର ପିପିଏଫ ଏବଂ ସୁକନ୍ୟା ସମୃଦ୍ଧି ଭଳି ଛୋଟ ସଞ୍ଚୟ ଯୋଜନାରେ ସୁଧହାର ୦.୪% ବୃଦ୍ଧି କରିଥିଲେ। ଫଳରେ ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ୮.୫% ଏବଂ ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ସୁଧହାର ୮%କୁ ବୃଦ୍ଧି ପାଇଥିଲା। ଏହି ବର୍ଦ୍ଧିତ ସୁଧହାର ଅକ୍ଟୋବର ୧ରୁ ଲାଗୁ ହାଇଛି। ୦.୪% ବୃଦ୍ଧି ସହ ଜିପିଏଫ ସୁଧହାର ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ସୁଧହାର ସହ ସମାନ ହୋଇଛି। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories