www.samajalive.in
Sunday, December 14, 2025
17.1 C
Bhubaneswar

କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

ଦେବଗଡ: କଲରା ପତରିଆ ବାଘ(ଲିଓପାର୍ଡ) ଛାଲ ଚୋରା କାରବାର ଅଭିଯୋଗରେ ଦେବଗଡ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ତୁଲୁବ ଗ୍ରାମର ମନୋହର ମାଝୀ(୪୫), ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ରତିଆ କିଡୋ(୨୯), ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ଗୁଳଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଟ(୬୬) ଓ ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ଅଜିତ କୁମାର ଲାକ୍ରା(୩୦) ବୋଲି ଜଣାପଡିଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲା ରେଢାଖୋଳ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘ ଶିକାର ପରେ ଏହାର ଛାଲକୁ ବିୁକ୍ରୀ ପାଇଁ ଉଦ୍ୟମ ହେଉଥିଲା। ଏନେଇ ଦେବଗଡ ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡଙ୍ଗୀ କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଫରେଷ୍ଟ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ମହେନ୍ଦ୍ର ସାହୁ, ଦେବଗଡ ଫରେଷ୍ଟର ପ୍ରଶନ୍ନ ସାହୁ , ଲଇମୁରା ଫରେଷ୍ଟର ଛବିଳ ବେହେରା , ଦେବଗଡ ଫରେଷ୍ଟଗାର୍ଡ ଭୋଳେଶ୍ୱର ସାହୁ ଓ ତିଲେଇବଣି ଫରେଷ୍ଟ ଗାର୍ଡ ଅଶୋକ ପାନ୍ନାଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବା ସହ ବାଘଛାଲ ବେପାରୀ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଉପରୋକ୍ତ ବେପାରୀ ମାନେ ଗତକାଲି ନାକଟିଦେଉଳ ପଟୁ ରିଆମାଳ ଆଡକୁ ଆସୁଥିବାବେଳେ ତାଙ୍କୁ ପିଛା କରୁଥିବା ବନ ବିଭାଗ ସ୍ୱତନ୍ତ୍ର ସ୍କାର୍ଡ ରିଆମାଳ-ନାକଟିଦେଉଳ ମଧ୍ୟରେ ଥିବା ରିଆମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସିନ୍ଦୁରକଲି ଜଙ୍ଗଲ ନିକଟସ୍ଥ ରାସ୍ତାରେ କାବୁ କରି ବାଘଛାଲ ଓ ୬ଟି ମୋବଇଲ ଫୋନ ଜବତ କରିବାସହ ସେମାନଙ୍କୁ ଗିରଫ କରିଥିଲେ। ଆଜି ସଂଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories