www.samajalive.in
Monday, December 15, 2025
14.1 C
Bhubaneswar

କରେଣ୍ଟ ହେଲା କାଳ, ଆଖି ବୁଜିଲେ ପୀଡିତ

ଦେବଗଡ: ବାରହା ଶିକାର ପାଇଁ ବିଛାଯାଇଥିବା ଜୀବନ୍ତ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ନିଜର ବାମହାତ ହରାଇବା ସହ ଗୁରୁତର ଆହତ ହୋଇ ମୃତ୍ୟ ସହ ସଂଗ୍ରାମ କରୁଥିବା ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ପଂଚାୟତ ମୁଖ୍ୟାଳୟର ବିଭୂ ଭୁୟାଁ ଆଜି ଚିକିତ୍ସାଧିନ ଅବସ୍ତାରେ ଆଖି ବୁଜିଥିବା ଜଣାପଡିଛି। ସମ୍ପର୍କରେ ଗତଜୁନ ୩୦ ତାରିଖରେ ‘ସମାଜ ଲାଇଭ’ରେ ସଚିତ୍ର ସବିଶେଷ ଖବର ପ୍ରକାଶିତ ହୋଇଥିଲା।

ଗତ ଅଢେଇମାସ ପୂର୍ବେ ଏପ୍ରିଲ ୧୬ ତାରିଖ ସଂଧ୍ୟାରେ ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ପଂଚାୟତ ସଦର ମହକୁମାର ମୁନୀ ଭୂୟାଁଙ୍କ ବଡପୁଅ ବିଭୁ ଭୂୟାଁ (୨୪) କାମଦାମ ସାରି ଗ୍ରାମ୍ୟ ଜଙ୍ଗଲ ରାସ୍ତାଦେଇ ନିଜ ଘରକୁ ଫେରୁଥିଲେ।ଏହି ସମୟରେ ୧୦ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଅହଲ୍ୟା ବାଇ ହାଇସ୍କୁଲ ନିକଟରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ୧୧କେ.ଭି. ଜୀବନ୍ତ ବିଦ୍ୟୁତ ତାରରେ ଛନ୍ଦି ହୋଇଥିଲେ। ଫଳରେ ବିଦ୍ୟୁତ କରେଣ୍ଟରେ ବିଭୁଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯିବା ସହ ସେ ଗୁରୁତର ଆହତ ହୋଇ ପଡିଥିଲେ। ପ୍ରଥମେ ବାରକୋଟ ଓ ପରେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତୀ କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ଓ ଶେଷରେ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା।

- Advertisement -

ଅନ୍ୟପକ୍ଷରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଉକ୍ତଗ୍ରାମର ଶିକାରୀ ସୁନିଲ ମଲ୍ଲିକୁ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇଥିଲା। ତେବେ ମୃତ୍ୟୂ ସହିତ ସଂଗ୍ରାମ କରୁଥିବା ବିଭୂ ଆଜି ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଆଖି ବୁଜିଥିବା ଜଣାପଡିଛି। ବିଭୂଙ୍କର ମୃତ୍ୟୁ ଖବର ସମ୍ପୃକ୍ତ ବଲଣ୍ଡା ଗ୍ରାମରେ ପହଂଚିବା ପରେ ବଲଣ୍ଡା ଗ୍ରାମବାସୀ, ତାଙ୍କର ଆରୋଗ୍ୟ କାମନା କରୁଥିବା ଶୁଭାକାଂକ୍ଷୀ ଓ ଆର୍ଥୀକ ସହାୟତା ଯୋଗାଇ ଦେଇଥିବା ବଦାନ୍ୟ ବ୍ୟକ୍ତି ବିଷେଶ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories