BJD Bijuli 480×75 Mob

ବନ ବିଭାଗ ଚଢ଼ାଉ; ୮୦ ସେଫଟି ପଟା ଜବତ

BJD Bijuli 480×75 Mob

ଦେଓଗାଁ : ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଦେଓଗାଁ ବ୍ଲକର ମୁକୁନ୍ଦପୁର ଗାଁରେ ବନ ବିଭାଗ ଚଢ଼ାଉ କରି ବିଭିନ୍ନ ପ୍ରକାର କାଠ ପଟା ଜବତ କରିଥିବା ଜଣାପଡିଛି। ବଲାଙ୍ଗୀର ରେଞ୍ଜର ବନ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇଁ ମୁକୁନ୍ଦପୁର ଗାଁର କିଶୋର ବଢିଆଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉରେ ସ୍ତନରୁବ ବିଜା, ସାଲ ଏବଂ ଶାଗୁଆନ ଗଛର ୮୦ ସେଫଟି ମାପର ସାଇଜ ପଟାକୁ ଜବତ କରିଥିବା ବେଳେ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି। ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ବଲାଙ୍ଗୀର ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଛି ବୋଲି ବଲାଙ୍ଗୀର ରେଞ୍ଜର କେଶବ କିଶୋର ନାୟକ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଫରେଷ୍ଟର ଵ୍ୟାସଦେବ ସାହୁ, ଜେନା ରାଉତ, ରାଜେସ୍ୱରୀ ମହାକୁର, ହରିଵଂଶ ପଧାନ, ଆଦିତ୍ୟ ମାଝୀ, ଫରେଷ୍ଟ ଗାର୍ଡ ରଞ୍ଜିତ କୁମ୍ଭାର, ଅଶୋକ ସେଠ, ଚିନ୍ମୟ ପଧାନ, ପଦ୍ମା ମୁଣ୍ଡା, ଭାରତୀ ଯାନୀ, ମଞ୍ଜରୀ ରାଉତ, ଶୁଭସ୍ମିତା ମେହେରଙ୍କ ସହ ବଲାଙ୍ଗୀର ରେଞ୍ଜର ପାରା ଫରେଷ୍ଟ ଷ୍ଟାପ ସାମିଲ ହୋଇଥିଲେ।

Comments are closed.