www.samajalive.in
Saturday, December 6, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ ଦେଓଗାଁ ପରିମଳ ବିଭାଗ ବିଆରସି

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଲାଞ୍ଚ ନେଉଥିବା ବେଳେ ଜୈନିକ କର୍ମଚାରୀକୁ କାବୁ କରିଥିବା ଜଣାପଡ଼ିଛି। ଲାଞ୍ଚ ନେଇ ଧରାପଡିଥିବା କର୍ମଚାରୀ ଜଣକ ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ।
ମିଳିଥିବା ସୂଚନା ଅନୁସାରେ ଜଣେ ଝାଡଖଣ୍ଡ ରାଜ୍ୟର ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ ବିଆରସି କାମ କରୁଥିବା ଯୁବକ ଜଣକ ବିଲ ନ କରି ହାତ ଗୁଂଜା ମାଗୁଛନ୍ତି ବୋଲି ସେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯାହା ଫଳରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ଜଳ ଯୋଗାଣ ଓ ପରିମଳ ବିଭାଗରେ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ବିଆରସିଙ୍କୁ ଧରିଥିଲେ। ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories