www.samajalive.in
Friday, December 5, 2025
26.1 C
Bhubaneswar

ଆବାସିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ; ୪ ବର୍ଷୀୟ ଶିଶୁକନ୍ୟା ମୃତ

ବିଜାପୁର: ଛତିଶଗଡ଼ର ଆଦିବାସୀ ବହୁଳ ବିଜାପୁର ଜିଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଏକ ୪ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଲିପାକ୍ଷୀ ବୋଲି ଜଣାପଡ଼ିଛି। ସେ ବିଦ୍ୟାଳୟର ଛାତ୍ରୀ ନଥିଲା ଏବଂ ଗତ କିଛି ଦିନ ହେବ ସେ ସେଠାରେ ପଢୁଥିବା ତା’ର ବଡ଼ ଭଉଣୀ ସହ ରହୁଥିଲା। ଏହି ଅଗ୍ନିକାଣ୍ଡ ବୁଧବାର ରାତିରେ ଘଟିଥିବା ସୂଚନା ରହିଛି।

ସ୍କୁଲ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ବୁଧବାର ବିଳମ୍ବିତ ରାତିରେ ଆୱାପଲ୍ଲୀ ଥାନା ଅନ୍ତର୍ଗତ ଚିନ୍ତାକୋଣ୍ଟା ଗ୍ରାମରେ ବାଳିକାମାନଙ୍କ ପାଇଁ ନିର୍ମିତ ପୋର୍ଟା-କେବିନ ସ୍କୁଲରେ ନିଆଁ ଲାଗିଯାଇଥିଲା। ପୋର୍ଟା କେବିନର କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ସମସ୍ତ ୩୮୦ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ଜଣାପଡ଼ିଥିଲା ଯେ, ଜଣେ ଛାତ୍ରୀର ସାନ ଭଉଣୀ ନିଖୋଜ ଅଛି। ପରବର୍ତ୍ତୀ ସମୟରେ ଉକ୍ତ ଶିଶୁର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories