www.samajalive.in
Friday, December 5, 2025
26.1 C
Bhubaneswar

ଜନ୍ମ ଦିନରେ ବଡ ଖୁଲାସା କରିଲେ ଅନୁପମ ଖେର

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ବଲିଉଡ ଅଭିନେତା ଅନୁପମ ଖେର ଗୁରୁବାର ୬୯ତମ ଜନ୍ମଦିବସ ପାଳନ କରୁଛନ୍ତି। ନିଜ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି ଅନୁପମ ଖେର। ଏହି ଭିଡ଼ିଓରେ ସେ କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅବସରରେ ସେ କିଛି ନୂଆ ଏବଂ ଚ୍ୟାଲେଞ୍ଜିଂ କରିବାକୁ ଯାଉଛନ୍ତି। ଜନ୍ମଦିନରେ ଏହି ରହସ୍ୟ ଉନ୍ମୋଚନ କରିବା ସହ ତାଙ୍କର ନୂତନ ପ୍ରେଜେକ୍ଟ ‘ତାନଭି ଦି ଗ୍ରେଟ୍‍’ର ଖୁଲାସା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।
ପୂର୍ବରୁ ଅନୁପମ ଖେର ଏକ୍ସରେ ପୋଷ୍ଟ କରିଥିଲେ ଯେ ‘ତାନଭି ଦି ଗ୍ରେଟ୍‍’ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଆଜି ଜନ୍ମଦିନ ଅବସରରେ ଗର୍ବର ସହିତ ‘ତାନଭି ଦି ଗ୍ରେଟ୍‍’ର ନିର୍ଦ୍ଦେଶନା ଦେବାକୁ ନିଷ୍ପତି ନେଇଥିବା କହିଛନ୍ତି। ଅନୁପମ ଖେର କହିଛନ୍ତି ଯେ କିଛି କାହାଣୀ ନିଜ ରାସ୍ତା ଖୋଜିଥାଏ, ଦୁନିଆ ସହିତ ସେୟାର କରିବାକୁ ବାଧ୍ୟ କରିଥାଏ। ଏହି କାହାଣୀକୁ ଆରମ୍ଭ କରିବାକୁ ସବୁଠାରୁ ସହଜ ଉପାୟ ମୁଁ ଭାବୁଛି ମା ଦୁଲାରୀଙ୍କ ମନ୍ଦିର ଯାଇ ତାଙ୍କ ଆଶୀର୍ବାଦ ନେବା ସହ ମୋ ପିତାଙ୍କ ଆଶୀର୍ବାଦ ନେବି। ଅନୁପମ ଖେର ଗତ କିଛି ବର୍ଷ ହେବ ଏହି ଫିଲ୍ମ ପାଇଁ କାର୍ଯ୍ୟ କରୁଛନ୍ତି। ଏବଂ ଶେଷରେ ମହାଶିବରାତ୍ରି ଶୁଭ ଦିନଠାରୁ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି। ଜନ୍ମଦିନ ଅବସରରେ ପ୍ରଶଂସକଙ୍କ ଠାରୁ ପ୍ରେମ, ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories