www.samajalive.in
Friday, December 5, 2025
27.1 C
Bhubaneswar

ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ମାଆ

କାମାକ୍ଷାନଗର: କାମାକ୍ଷାନଗର ଲୋକନାଥପୁର ଗାଁରେ ଚାଞ୍ଚଲ୍ୟ। ଘର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବୁଧବାର ଲକ୍ଷ୍ମୀପ୍ରିୟାଙ୍କ ମାଆ ତାଙ୍କର ବଡ ଭଉଣୀଙ୍କ ଘରକୁ ଯାଇଥିଲେ। ଘରେ କେବଳ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କର ଜଣେ ମାନସିକ ବିକାରଗ୍ରସ୍ତ ଭଉଣୀ ଥିଲେ। ରାତିରେ ଖାଇବା ସାରିବା ପରେ ଦୁଇ ଭଉଣୀ ଶୋଇଥିଲେ। ଗୁରୁବାର ସକାଳୁ ଅନେକ ସମୟ ପର୍ଯ୍ୟନ୍ତ ଦୁଇ ଭଉଣୀ କବାଟ ନ ଖୋଲିବାରୁ ପଡିବା ଲୋକ ସନ୍ଦେହରେ କବାଟ ଭାଙ୍ଗିଥିଲେ। ଏବଂ ଘର ଭିତରୁ ଲକ୍ଷ୍ମୀପ୍ରିୟାଙ୍କର ମୃତଦେହ ଉଦ୍ଧାର କରିଥିଲେ । ଲକ୍ଷ୍ମୀପ୍ରିୟାଙ୍କର ବେକରେ ଦାଗ ଥିବା ଦେଖିବାକୁ ମିଳିଛି। ସେପଟେ ହତ୍ୟା କିମ୍ବା ଆତ୍ମହତ୍ୟା, ସେ ନେଇ କୌଣସି ସୂଚନା ମିଳିନଥିବାବେଳେ ଲକ୍ଷ୍ମୀପ୍ରିୟାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories