www.samajalive.in
Friday, December 5, 2025
26.1 C
Bhubaneswar

ଏହି ସଙ୍କେତ ଦିଏ ଜୀବନରେ ରାହୁ-କେତୁଙ୍କ ଖରାପ ପ୍ରଭାବ ଥିଲେ : ଏମିତି ଦୂର ହେବ ସମସ୍ୟା..

ରାହୁ-କେତୁ ଏକ ଛାୟା ଗ୍ରହ। ମାତ୍ର ଏହାର ଶୁଭ ଓ ଅଶୁଭ ପ୍ରଭାବ ଜୀବନରେ ପଡିଥାଏ। ଏଭଳି ଅନେକ ସମୟରେ ମନକୁ ଆସିଥାଏ,କେତୁଙ୍କ ପ୍ରଭାବରୁ ଜୀବନରେ କାହିିଁକି ଅଶୁଭ ପ୍ରଭାବ ପଡିଥାଏ। ଦୁଃଖ ସହ ଜୀବନରେ ସମସ୍ୟା ଆସିଥାଏ। ରାହୁ ଓ କେତୁଙ୍କ ପ୍ରଭାବ ଜୀବନରେ ପଡିବା କାରଣରୁ କ’ଣ ହୋଇଥାଏ ଜାଣନ୍ତୁ..
ରାହୁ-କେତୁଙ୍କୁ କର୍ମଗ୍ରହର କାରକ ବୋଲି ମଧ୍ୟ କୁହାଯାଏ। ଅର୍ଥାତ ପୂର୍ବ ଜନ୍ମର କର୍ମ ଅନୁଯାୟୀ କେତୁଙ୍କ ପ୍ରଭାବ ଜୀବନରେ ପଡିଥାଏ। ଜୀବନରେ ସଫଳତା ମିଳିପାରି ନଥାଏ। ଅନେକ ସମୟରେ ଏପରି ମଧ୍ୟ ଦେଖାଯାଏ, ଅନେକ ଦାନ ଧର୍ମ କରିବା ପରେ ମଧ୍ୟ ଏହାର ଉଚିତ୍‌‌ ଫଳ ମିଳିପାରି ନଥାଏ। ଜାଣନ୍ତୁ ଏଭଳି ସମସ୍ୟାରୁ କିଭଳି ମୁକ୍ତି ପାଇପାରିବେ।
ଯେଉଁ ବ୍ୟକ୍ତିବିଶେଷଙ୍କ ରାଶିରେ ରାହୁ-କେତୁ ରହିଥାଆନ୍ତି, ସେ କର୍ମର ଗତିକୁ ନିୟନ୍ତ୍ରଣ କରିଥାଆନ୍ତି। ଯଦି କୁହାଯାଏ ରାହୁ ଗୁରୁଙ୍କ ରାଶି ମୀନ ଓ ଧନୁ ରାଶିରେ ଅଛନ୍ତି, ଜନ୍ମ ସମୟ ଅନୁଯାୟୀ ଯେଉଁ ଯେଉଁ ସ୍ଥାନରେ ଗୁରୁ ରହିବେ, ସେହି ଅନୁଯାୟୀ ଫଳ ପ୍ରାପ୍ତି ହେବ। ଗୁରୁ ଆପଣଙ୍କ ମୀନ ରାଶିରେ ଓ ଗୁରୁ ଗ୍ରହ ଆପଣଙ୍କ ଜନ୍ମ ଜାତକରେ ଦଶମ ସ୍ଥାନରେ ରହିଛନ୍ତି, ଏହାର ଅର୍ଥ ପରିଶ୍ରମ ନକରି ଆପଣଙ୍କୁ କଦାପି ଉନ୍ନତି ମିଳିପାରିବ ନାହିଁ।
ସେହିପରି ରାହୁ ଯଦି ବିଛା ରାଶିରେ ଓ ମଙ୍ଗଳ ଲଗ୍ନରେ ରହିଛନ୍ତି, ଏହାର ଅର୍ଥ ଜନ୍ମ ଜାତକରେ ଆପଣଙ୍କ ରାହୁ, ନିଜେ ଚେଷ୍ଟା ନକରିବା ପର୍ଯ୍ୟନ୍ତ ଜୀବନରେ ଥିବା ସମସ୍ୟା ଦୂର ହେବ ନାହିଁ।
ରାହୁ ଓ କେତୁଙ୍କ ପ୍ରଭାବ ଥିଲେ, ଏଭଳି ଦେଖାଯାଏ ଯେ, ଅନେକ ଲୋକେ ଏଭଳି ଦେଖିଥିବେ, ଯେଉଁମାନେ ନିଜ ହକ୍‌‌ ଛାଡନ୍ତି ନାହିଁ କିମ୍ବା ହକ୍‌‌ ମଧ୍ୟ ମାଗନ୍ତି ନାହିଁ। କିଛି ଲୋକେ ନିଜ ଟଙ୍କା ମଧ୍ୟ ମାଗିବାକୁ କୁଣ୍ଠାବୋଧ କରି ଥାଆନ୍ତି। ଏହାର ଅର୍ଥ କେତୁ ଦୁର୍ବଳ ସ୍ଥାନରେ ରହିଛନ୍ତି।
ରାହୁ-କେତୁ ଖରାପ ସ୍ଥାନରେ ଥିଲେ, ଘରର ଛାତ ଖରାପ ହେବାକୁ ଆରମ୍ଭ କରେ। ଛାତରେ ଅନେକ ଅନାବନା ଜିନିଷ ଜମା ହେବାକୁ ଲାଗେ।
ରାହୁ ଖରାପ ସ୍ଥାନରେ ରହିଲେ ଘରେ ସର୍ବଦା କଳହ ଲାଗି ରହେ। ଘରେ ମହିଳା କଳହ କରିବେ କିମ୍ବା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବ।
ଘରେ ବ୍ୟସ୍ତତା ମଧ୍ୟ ଅନୁଭବ କରିବେ। ଯେଉଁ ଘରର ଚାରି କାନ୍ଥ ସମାନ ନୁହେଁ ସେହି ଘରେ ରାହୁଙ୍କ ଖରାପ ପ୍ରଭାବ ପଡିଥାଏ।
ଯେଉଁ ଘରେ କେତୁ ଖରାପ ସ୍ଥିତିରେ ଥାଆନ୍ତି,ସେହି ଘରେ ଚଟାଣ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥାଏ। ଘରର କବାଟ ଚଟାଣ ସହ ଲାଗି ଖୋଲିଥାଏ।
କେତୁଙ୍କ ପ୍ରଭାବ ଥିଲେ, ଘରର ମୁରବି ନିଜ ଦାୟିତ୍ୱ ପ୍ରତି ଧ୍ୟାନ ଦେଇ ନଥାଆନ୍ତି।
ରାହୁ ଓ କେତୁଙ୍କ ଉତ୍ତମ ଫଳ ପ୍ରାପ୍ତି ପାଇଁ ସର୍ବଦା ଧ୍ୟାନ ଦେବେ ଯେ, କୌଣସି ପ୍ରକାର ଧୂଆଁ ଗୋଟିଏ ସ୍ଥାନରେ ଏକତ୍ରିତ ହେବ ନାହିଁ। ଯେକୌଣସି କଥାରେ ଆପଣ ତୁରନ୍ତ ପ୍ରତିକ୍ରିୟା ଦେବା ଅର୍ଥ ରାହୁ ଖରାପ ସ୍ଥିତିରେ ଅଛନ୍ତି।
ଅନ୍ୟ କାହା ଠାରୁ ବାରମ୍ବାର ଜିନିଷ ମାଗୁଥିଲେ, ଚିଡ୍‌‌ଚିଡ୍‌‌ ହେଉଥିଲେ କେତୁ ଖରାପ ସ୍ଥିତିରେ ଅଛନ୍ତି ବୋଲି କୁହାଯାଏ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories