www.samajalive.in
Saturday, December 6, 2025
26.1 C
Bhubaneswar

ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ; ହୁତୁହୁତୁ ହୋଇ ଜଳିଲା ଫ୍ଲାଟ

ନୋଏଡା : ଉତ୍ତରପ୍ରଦେଶର ଗୌତ୍ତମବୁଦ୍ଧ ନଗର ଜିଲାର ଗ୍ରେଟର ନୋଏଡାର ବିସରଖ ଥାନା ଅର୍ନ୍ତଗତ ଗୌର ସିଟିର ଏକ ବୃହତ୍ତ ଅଟ୍ଟାଳିକାର ୧୬ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଖୁବ ଜୋର୍‌‌ରେ ଉଚ୍ଚକୁ ଉଠୁଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି। ଖବର ପାଇବା ମାତ୍ରେ ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଗୌର ସିଟିର ୧୬ତମ ମହଲାର ୨ଟି ଫ୍ଲାଟରେ ନିଆଁ ଲାଗି ଥିଲା। ଅଗ୍ନିକାଣ୍ଡର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ଘଟଣା ସମୟରେ ଗୋଟିଏ ଫ୍ଲାଟ ବନ୍ଦ ରହିଥିଲା। ମାତ୍ର ୨ୟ ଫ୍ଲାଟ୍‌‌ରେ ଗୋଟିଏ ପରିବାର ରହୁଥିଲେ। ନିଆଁ ଲାଗିବା ମାତ୍ରେ ପରିବାର ଲୋକେ ସିଡି ଦ୍ୱାରା ତଳକୁ ପଳାଇ ଆସିଥିଲେ। ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନେକ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା କାରଣରୁ କିଛି ଫ୍ଲାଟର ଅନେକ କ୍ଷତି ଘଟିଛି। ନିଆଁ ଖୁବ୍‌‌ ଉଚ୍ଚକୁ ଉଠିବା କାରଣରୁ ଅନେକ ଫ୍ଲାଟ ନିଆଁ ସଂସ୍ପର୍ଶରେ ଆସି କ୍ଷୟକ୍ଷତି ଘଟିଛି। ନିଆଁ ଲାଗିବା ମାତ୍ରେ ଲୋକେ ଭୟଭୀତ ହୋଇ ଦୌଡିବାକୁ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ଲୋକେ ଏକତ୍ରିତ ହୋଇ ଯାଇଥିଲେ।
ଗୌର ସିଟି ଗ୍ରେଟର ନୋଏଡାର ବୃହତ୍ତ ଓ ଭଲ ସ୍ଥାନ ମଧ୍ୟରୁ ଗୋଟିଏ। ଏହି ବିରାଟ ଫ୍ଲାଟ୍‌‌ରେ ଅନେକ ପରିବାର ବସବାସ କରନ୍ତି। ନିଆଁ ପରେ ଧୂଆଁ କାରଣରୁ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ନିଆଁ ଆୟତ୍ତ ହେବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ। ପୂର୍ବରୁ ମଧ୍ୟ ଏଠାରେ ଅଗ୍ନିକାଣ୍ଡର ଅନେକ ଘଟଣା ଘଟିଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories