ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସମନ: ମାର୍ଚ୍ଚ ୧୬ରେ ହାଜର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢ଼ିଲା ଅଡୁଆ  । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ  । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ସମନ ଜାରି କରିଛନ୍ତି । ମାର୍ଚ୍ଚ ୧୬ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି । ଏହାପୂର୍ବରୁ ଇଡି ମଦ ଦୁର୍ନୀତି ମାମଳାରେ ୮ଥର ସମନ ପଠାଇସାରିଛି। ହେଲେ ସେ ଥରେ ମଧ୍ୟ ହାଜର ହୋଇନାହାନ୍ତି। ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଶ୍ନର ଉତ୍ତର ଦେବେ ବୋଲି କେଜ୍ରିୱାଲ କହିଥିଲେ । କିନ୍ତୁ ଭିଡିଓ କନ୍‌ଫରେନ୍ସିଂରେ ପଚରାଉଚରା କରାଯାଇପାରିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲା ଇଡି । ତେବେ ଜାଣିଶୁଣି କେଜ୍ରିଓ୍ୱାଲ ସମନକୁ ଏଡାଇ ଦେଉଥିବା ଅଭିଯୋଗ କରି ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି।

Comments are closed.