ପଞ୍ଜାବରେ ଓଡ଼ିଆ ଯବାନ ଶହୀଦ

ଦେଓଗାଁ: ପଞ୍ଜାବର ଚଣ୍ଡିଗଡ ଗଙ୍ଗାନଗର ଠାରେ କାର୍ଯ୍ୟରତ ଥିବା ସମୟରେ ଓଡ଼ିଆ ଯବାନ ସୁଧୀର ତ୍ରିପାଠୀ ଶହୀଦ ହୋଇଛନ୍ତି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲାଇ ଗ୍ରାମ ପଞ୍ଚାୟତର କଣ୍ଟାପାଲି ଗାଁରେ ବୋଲି ଜଣାପଡିଛି। ତାଙ୍କର ଗୋଟିଏ ପୁଅ ,ସ୍ତ୍ରୀ ରହିଛନ୍ତି। ସେ ୧୬ ରେପିଡ୍ ସିଗନାଲ୍ ରେଜିମେଣ୍ଟ , ଗଙ୍ଗାନଗରରେ କାର୍ଯ୍ୟରତ ଥିଲେ । ତାଙ୍କ ପ୍ରାର୍ଥିବ ଶରୀର ଆଜି ଜନ୍ମ ଭୂମି କଟାପାଳିକୁ ପହଁଚିବାକୁ ଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Comments are closed.