www.samajalive.in
Saturday, December 6, 2025
23.1 C
Bhubaneswar

ହାଇୱା ଧକ୍କାରେ ବୃଦ୍ଧ ମୃତ ; କ୍ଷତିପୂରଣ ଦାବିରେ ଉତ୍ତେଜନା

ଦେଓଗାଁ: ଜାତୀୟ ରାଜପଥ ୨୬ ବରଗଡ଼ -ବୋରିଗୁମା ରାସ୍ତା ବଲାଙ୍ଗୀର ଜିଲ୍ଲାର ଦେଓଗାଁ କଲେଜଛକ ଠାରେ ଏକ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବାରୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳକୁ ଦେଓଗାଁ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରୁଛି।

ବଣୁଆ ହାତୀ ଉପଦ୍ରବ : ଭାଙ୍ଗିଲା ଘର

- Advertisement -

ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ଗାଇବାହାଲ ପଞ୍ଚାୟତ ସାଗରପାଲି ଗାଁର ଜୈନିକ ବୃଦ୍ଧ କୌଣସି କାମରେ ଦେଓଗାଁ କୁ ଆସୁଥିଲେ। କଲେଜଛକ ଠାରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡିର ଧକ୍କାରେ ଚକ ତଳେ ପଡିଯିବାରୁ ବୃଦ୍ଧ ଜଣକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ଖବର ପାଇବା ପରେ ଗାଡିକୁ ଅଟକ ରଖି କ୍ଷତିପୂରଣ ଦାବି କରୁଛନ୍ତି। ଏବେ ବି ପରିସ୍ଥିତିକୁ ପୁଲିସ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories