ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୩୮ ନମ୍ବର ୱାର୍ଡରେ ଡେଙ୍ଗୁ ସଚେତନତା ଶୋଭାଯାତ୍ରା ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆମ୍ବପୁଅ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ସତ୍ୟନାରାୟଣ ଦାଶ ଯୋଗ ଦେଇଥିଲେ। ଜଳେଶ୍ବରଖଣ୍ଡି ଅଞ୍ଚଳର ବିଭିନ୍ନ ସାହି ବୁଲି ଡେଙ୍ଗୁ ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ମହିଳା ସ୍ବାସ୍ଥ୍ୟକର୍ମୀ ଅମ୍ବିକା ପାତ୍ର, ଅଙ୍ଗନବାଡ଼ି କର୍ମୀ ବାଳା ନାୟକ,ସସ୍ମିତା ନାୟକ,ଗୀତା ସାହୁ, ଉମା ମହାରଣା, ଭି ଦୃଶିଳା ଦୋରା, ଆଶାକର୍ମୀ ସଂଧ୍ୟାରାଣୀ ମହାନ୍ତି, ମିନାକ୍ଷୀ ବେହେରା, ମିଲିଦେବୀ ନାୟକ, ଗେଲି ଦେବୀଙ୍କ ସମେତ ଅଙ୍ଗନବାଡି ସହାୟିକା ଏବଂ ମହିଳା ଆରୋଗ୍ୟ ସମିତି ସଦସ୍ୟମାନେ ଭାଗ ନେଇଥିଲେ।
Popular Categories



