ମୋହନାରେ ମାତିଛି ଡେଙ୍ଗୁ
ଆକ୍ରାନ୍ତ ହେଲେଣି ୨୦ରୁ ଊର୍ଦ୍ଧ୍ବ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ
ମୋହନା : ଗଜପତି ଜିଲା ମୋହନା ବ୍ଲକର ମୋହନାରେ ଡେଙ୍ଗୁ ରୋଗ ସଂଘାତିକ ରୂପ ନେଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ କିଛିଦିନ ମଧ୍ୟରେ ମୋହନାର ପ୍ରାୟ ୨୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ସୁବିଧା ନଥିବାରୁ ବହୁ ଆକ୍ରାନ୍ତ ବ୍ରହ୍ମପୁର ଓ ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି। ଏହି ପଞ୍ଚାୟତର ବିଭିନ୍ନ ସାହିରେ ଦିନଦିନ ଧରି ଅଳିଆ ଆବର୍ଜନା ଜମି ରହିବା, ଡ୍ରେନଗୁଡ଼ିକ ଭଗ୍ନ ଅବସ୍ଥାରେ ରହିଥିବାରୁ ଦୂଷିତ ଜଳ ନିଷ୍କାସନ ହୋଇନପାରି ମାସ ମାସ ଜମି ରହିବା କାରଣରୁ ଡ଼େଙ୍ଗୁ କାୟା ବିସ୍ତାର କରିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ଓ ଏହାର ନିରାକରଣ ପାଇଁ ମୋହନାକୁ ଦୁଇଦିନ ହେଲା ଛୁଟିଛି ନେତା ଓ ପଦାଧିକାରୀଙ୍କ ସୁଅ। ଜିଲା ପ୍ରକଳ୍ପ ନିର୍ଦେଶକ ରୋମାଞ୍ଚଳ ଖମାରୀ ଓ ବିଜେଡି ଜିଲା ସଭାପତି ପ୍ରଦୀପ ନାୟକ ମୋହନାରେ ପହଞ୍ଚି ବିଭିନ୍ନ ସାହି ଓ ଡାକ୍ତରଖାନା ପରିଦର୍ଶନ କରି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଡ୍ରେନେଜ ଅବ୍ୟବସ୍ଥାକୁ ନେଇ ଦୁହେଁ କ୍ଷୋଭ ପ୍ରକାଶ କରିଛନ୍ତି। ଶୀଘ୍ର ଡ୍ରେନ ମରାମତି ସହ ଜମି ରହିଥିବା
Comments are closed.