ପାତ୍ରପୁର : ସାରଥୀ ଧାମ ରୂପେ ପରିଚିତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଗଡ଼ ଶ୍ରୀ ପାର୍ଥସାରଥିଙ୍କ ଧାମ କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମାନଙ୍କ ଦର୍ଶନ ପାଇଁ ବନ୍ଦ ହୋଇ ରହିଛି । ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବା ସହ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । କିନ୍ତୁ ପ୍ରସିଦ୍ଧ ପାର୍ଥସାରଥି ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ ନାହାନ୍ତି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ କଳିଙ୍ଗ ବ୍ରାହ୍ମଣ ସମାଜ ଜିଲ୍ଲା ପ୍ରଭାରୀ ପଦ୍ମଚରଣ ମିଶ୍ରଙ୍କ ନେତୃତ୍ୱରେ ମନ୍ଦିର ସମ୍ମୁଖରେ ଅନଶନ ଆରମ୍ଭ ହୋଇଛି । ଏଥିରେ କଳିଙ୍ଗ ବ୍ରାହ୍ମଣ ସମାଜର ପାତ୍ରପୁର ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ପାଢ଼ୀ, ବିଭୁଧେନ୍ଦ୍ର ପାଢ଼ୀ, ଦେବେନ୍ଦ୍ର ରଣା, ସମେତ ଅଞ୍ଚଳର ବ୍ୟକ୍ତିମାନେ ଅନଶନରେ ବସିଛନ୍ତି । ମନ୍ଦିର ଖୋଲିବାକୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବ୍ରାହ୍ମଣ ସମାଜ ପକ୍ଷରୁ କୁହାଯାଇଛି ।
Popular Categories



