www.samajalive.in
Monday, December 15, 2025
14.1 C
Bhubaneswar

ଏଣିକି ଧର୍ମଘଟ କଲେ ଜେଲ ଓ ଜୋରିମାନା: ସରକାରୀ କର୍ମଚାରୀଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସରକାରୀ କର୍ମଚାରୀମାନଙ୍କ ଧର୍ମଘଟ ଉପରେ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର। ଏଣିକି ସରକାରୀ କର୍ମଚାରୀ ଧର୍ମଘଟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସେମାନଙ୍କୁ ଜେଲ୍‌ ଦଣ୍ଡ କିମ୍ବା ଜୋରିମାନା ହେବ କିମ୍ବା ଉଭୟ ଲାଗୁ କରାଯାଇପାରେ। ସେହିପରି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ବି ଏଣିକି ଜେଲ ଦଣ୍ଡ ବ୍ୟବସ୍ଥା ରହିଛି। ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ କିମ୍ବା ୫ହଜାର ଯାଏ ଜୋରିମାନା ହେବ ବୋଲି ସଂଶୋଧିତ ଆଇନରେ ବ୍ୟବସ୍ଥା ରହିଛି।

ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍‌ ବିଧାନସଭାରେ ପାରିତ। ସଂଶୋଧିତ ବିଲ୍‌ରେ କିିଛି ସେବାକୁ ଅତ୍ୟାବଶ୍ୟକ ଭାବେ ବିବେଚନା। ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର, ଜେଲ ସଂସ୍କାର ଅତ୍ୟାବଶ୍ୟକ ସେବା। ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ଅତ୍ୟାବଶ୍ୟକ ସେବା। ଅତ୍ୟବଶ୍ୟକ ସେବାରେ ଥିବା କର୍ମଚାରୀ ଧର୍ମଘଟ କଲେ ବେଆଇନ। ଯଦି କେହି ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କରେ ଦଣ୍ଡିତ ହେବେ। ସମର୍ଥନ କରି ଆର୍ଥିକ ସହାୟତା ପ୍ରଦାନ କଲେ ବି ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ। ଆଜି ଯେଉଁ ସଂଶୋଧିତ ବିଲ୍‌ ପାରିତ ହୋଇଛି ସେଥିରେ ଏହି ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ବିଲ୍‌ ପାରିତ ହେବା ପରେ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହା କର୍ମଚାରୀଙ୍କ ମାରଣ ନୀତି ହେବ। କର୍ମଚାରୀଙ୍କ ତଣ୍ଟି ଚିପା ଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ବିଜେପି ଓ କଂଗ୍ରେସ ଦଳର ଅଭିଯୋଗ ସତ୍ତ୍ବେ ସରକାରୀ ଦଳଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍‌କୁ ପାରିତ କରାଯାଇଥିଲା। ସଂଶୋଧିତ ଆଇନ୍‌କୁ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥାପିତ କରିଥିଲେ ଏବଂ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ପାରିତ ହୋଇଛି। ପୂର୍ବରୁ ମଧ୍ୟ ୧୯୮୮ର ଏହି ଆଇନ ଥିଲା। ତାହାର ସଂଶୋଧନ କରାଯାଇଛି। ସଂଶୋଧିତ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ଧର୍ମଘଟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସରକାରଙ୍କ ହାତରେ ଯେଉଁ କ୍ଷମତା ରହିଲା ଆଇନ ବଳରେ ତାହା କାର୍ଯ୍ୟକାରୀ କରିପାରିବେ, ଯାହାକୁ ବିରୋଧୀ ନାପସନ୍ଦ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories