www.samajalive.in
Sunday, December 14, 2025
26.1 C
Bhubaneswar

ହରଭଙ୍ଗା ଅବକାରୀ ଥାନା ଉଦଘାଟନକୁ ପୂରିଲା ୪ମାସ; ହସ୍ତାନ୍ତରରେ ବିଳମ୍ବ , ମୁକୁଳାପଡ଼ିଛି ନୂତନ କାର୍ଯ୍ୟାଳୟ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକଠାରେ ନୂତନଭାବେ ନିର୍ମାଣ ସରିଥିବା ହରଭଙ୍ଗା ଅବକାରୀ ଥାନା କାର୍ଯ୍ୟାଳୟ ଉଦଘାଟନକୁ ୪ମାସ ବିତିଲାଣି। ମାତ୍ର ନୂତନ କୋଠାଘର ଅବକାରୀ ବିଭାଗକୁ ହସ୍ତାନ୍ତର କରାଯିବାରେ ବିଳମ୍ବ ଯୋଗୁଁ ଦୀର୍ଘଦିନ ହେଲା ନୂତନ କାର୍ଯ୍ୟାଳୟ ମୁକୁଳାପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ମତେ ହରଭଙ୍ଗା ଅବକାରୀ ଥାନାର ନିଜସ୍ୱ କାର୍ଯ୍ୟାଳୟ ନଥି ବାରୁ ଏହା ଦୀର୍ଘବର୍ଷ ହେଲା ଅସ୍ଥାୟୀଭାବେ ଏକ ଭଡାଘରେ ଅଫିସ ଚାଲିଆସୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ନୂତନ କୋଠାଘର ନିର୍ମାଣ କରାଗଲା।ମାତ୍ର ନିର୍ମାଣ ଶେଷ ପରେ ବିଭାଗକୁ କୋଠାଘର ହସ୍ତାନ୍ତର କରା ନ ଯାଇ ତରବରିଆ ଭାବେ ଦୀର୍ଘ ୪ ମାସ ତଳେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରା ଏହାର ଶୁଭ ଉଦଘାନ କରାଯାଇଥିଲା। ଉଦ୍‍ଘାଟନ କାର୍ଯ୍ୟକ୍ରମ ଶେଷ ପରେ ବି ଏହାର ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ ବାକିଥିବାରୁ ନୂତନ କାର୍ଯ୍ୟାଳୟ ହସ୍ତାନ୍ତରରେ ଅହେତୁକ ବିଳମ୍ବ ଦେଖାଦେଇଛି। ଯାହାଫଳରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ କେବେ ଖୋଲିବ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଏ ସଂର୍ପକରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଦ୍ୟାଧର ମହାନ୍ତିଙ୍କୁ ପଚାରିବାରୁ ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ ବାକିଥିବାରୁ କାର୍ଯ୍ୟାଳୟ କୋଠାଘର ବିଭାଗକୁ ହସ୍ତାନ୍ତର ହୋଇପାରି ନ ଥିବା କହିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories