www.samajalive.in
Monday, December 15, 2025
27.1 C
Bhubaneswar

ବିଦ୍ୟାଳୟରେ ତାଲା ପକାଇଥିବା ଗ୍ରାମବାସୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇଗଲେ

ଜି.ଉଦୟଗିରି : ସ୍ଥାନୀୟ କଳିଙ୍ଗା ଗ୍ରାମପଞ୍ଚାୟତର କୁରୁମିଙ୍ଗିଆ ସ୍ଥିତ ଜାର୍ଗୀନାଜୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାରମ୍ବାର ବଦଳିକୁ ନେଇ ଗ୍ରାମବାସୀ ଗତ୨୬ ତାରିଖରେ ବିଦ୍ୟାଳୟରେ ତାଲା ପକାଇଥିବା ଦେଖିବାକୁ ମିଳଥିବାବେଳେ ଆଜି ଗ୍ରାମବାସୀ ବିଦ୍ୟାଳୟରୁ ଛତ୍ରଛାତ୍ରୀଙ୍କୁ ନେଇଯାଇଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ମୁତାବକ ଗୋଲୋକ ବିହାରୀ ପଟ୍ଟନାୟକଙ୍କ ଅବସର ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାରମ୍ବାର ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବ୍ୟାଘାତ ହେଉଥିବାରୁ ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା।  ତେବେ କୌଣସି ସୁଫଳ ମିଳିନଥିବାରୁ ୨୬ ତାରିଖ ଦିନ ବିଦ୍ୟାଳୟ ସଭାପତି ଶିଖର ଭଞ୍ଜ ପ୍ରଧାନଙ୍କ ନେତୃତ୍ବରେ ଗ୍ରାମବାସୀ ବିଦ୍ୟାଳୟର ମୂଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟପ୍ରକାଶ ପ୍ରଧାନ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ରାଉତରାୟ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବାକୁ ଚେଷ୍ଟା କରିଥିବା ବେଳ ଏଠାରୁ ବାରମ୍ବାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳୀ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି  ହେଉଥିବା ନେଇ ପୂର୍ବରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିରକାନ୍ତ ପ୍ରଧାନଙ୍କୁ ସାକ୍ଷାତ କରି ଜଣେଇଥିବା ବେଳେ କୌଣସି ସୁଫଳ ମିଳିନଥିଲା।
ଅପରପକ୍ଷେ ଗ୍ରାମବାସୀଙ୍କ କହିବାନୁଯାୟୀ ବର୍ତ୍ତମାନ ବିଦ୍ୟାଳୟରେ ୨୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ଏବେ ଅବସ୍ଥାପିତ ଥିବା ଶିକ୍ଷକ ଶାନ୍ତନୁ ପ୍ରଧାନ ଓ ଶିକ୍ଷୟତ୍ରୀ ରାଇଜି ପ୍ରଧାନଙ୍କୁ ଏଠାରୁ ହଟାଯାଇ ଅନ୍ୟ ଶିକ୍ଷକ ନରହରି ଜେନା ଓ ଶିକ୍ଷୟିତ୍ରୀ ସୁଧାଞଳି ପ୍ରଧାନଙ୍କୁ ସ୍ଥାୟୀ କରାଯାଉ। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରାମବାସୀଙ୍କୁ କହିଥିଲେ ଯେ ଉକ୍ତ ଶିକ୍ଷକ ଜଣକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଦ୍ୟାଳୟକୁ ଆସିଥିବାରୁ,ଏବେ ମୁଁ କିଛି କରିପାରିବି ନାହିଁ ।ଏଣୁ ଏ ବାବଦରେ ଆପଣ ମାନେ ଲିଖିତ ଅଭିଯୋଗ ମତେ ଦେଲେ ମୁଁ ଜିଲ୍ଲାପାଳଙ୍କ ନିକଟକୁ ପଠେଇବି, ସେ ଯାହା କରିବେ ବୋଲି କହିଥିଲେ। ପୂର୍ବରୁ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଆଜି ଅର୍ଥାତ ୨୬ ଦିନ ପରେହଟାଇବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସ୍ଥାୟୀ କରିବା ଓ ସ୍ଥାୟୀ ଶିକ୍ଷକ ନରହରି ଜେନା ଓ ଶିକ୍ଷୟତ୍ରୀ ସୁଦ୍ଧାଞ୍ଜଳି ପ୍ରଧାନଙ୍କୁ ବଦଳି ହୋଇଯିବା ପ୍ରତିବାଦରେ ଆଜି ଅପରାହ୍ନରେ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟରୁ ନେଇଯିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏ ସଂପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ସେ କହିଥିଲେ ଯେ ପୁର୍ବରୁ ନରହରି ଜେନା ଓ ସୁଧାଞଳି ପ୍ରଧାନ ଡେପୁଟେଶନରେ ଥିଲେ ସେଠାର ସ୍ଥାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଆସିବା ପରେ ସେମାନଙ୍କୁ ବଦଳି କରଯାଇଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories