www.samajalive.in
Sunday, December 7, 2025
23.1 C
Bhubaneswar

ଚାଷୀଙ୍କୁ ସଠିକ ମୂଲ୍ୟ ଓ ପରିମାଣରେ ସାର ଯୋଗାଇବା ପାଇଁ ରାଜ୍ୟ କୃଷକ ସଂଗଠନର ଦାବି

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା  ଓଡିଶାର ଭାତ ହାଣ୍ଡି ରୂପେ  ପରିଚିତ।  ଏହି ଉତ୍ପାଦନ ବୃଦ୍ଧି ତଥା ଜିଲ୍ଲାରେ ଉନ୍ନତ ମାନର ଧାନ ଚାଷ  ପାଇଁ ଯଥେଷ୍ଟ ପରିମାଣର ସାରର ଆବଶ୍ୟକତା ମଧ୍ୟ ରହିଛି । ବିଗତ ରବି ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା  ସହ  ସାର୍ ସହିତ ଭିଟାମିନ କିଣିବା ବାଧ୍ୟତା ହେବା  ଯୋଗୁ ଚାଷୀ ଶୋଷଣ ର ଶିକାର ହୋଇଥିବା ନଜିର ରହିଛି।  ଏହା ବ୍ୟତୀତ  ସାର ପ୍ରୟୋଗ ଉପଯୁକ୍ତ ସମୟରେ ଓ ଆବଶ୍ୟକ ପରିମାଣରେ  ହୋଇନଥିବାରୁ   ଚାଷ କାର୍ଯ୍ୟ  ବାଧା ପ୍ରାପ୍ତ  ହୋଇଥିଲା।  ଏହାର  ପ୍ରଭାବ ଫସଲ ଉତ୍ପାଦନରେ ମଧ୍ୟ  ଦେଖି ବାକୁ ମିଳିଥିଲା। ପୁନଶ୍ଚ ଚଳିତ ଖରିଫ ଋତୁ ପାଇଁ ସାର କିଣିବାର ଯେଉଁ ନିୟମ ସରକାର  କରିଛନ୍ତି ସେଥିରେ ଦଲାଲ ମାନେ ବେଶ୍ ଫାଇଦା ଉଠାଇ ପାରିବେ। କାରଣ  ଆଧାର କାର୍ଡ ଦେଲେ ଜଣକୁ ଦୁଇ ବସ୍ତା ସାର ମିଳିବ ବୋଲି ସରକାରୀ  ନିୟମ  କରାଯାଇଛି, ସେ ଚାଷୀ ହେଉ ବା  ନହେଉ ଆଧାର କାର୍ଡ ଦେଖେଇଲେ ସାର୍ ନେଇ ପାରିବ।ଯାହା ଫଳରେ ଯେଉଁମାନେ ଚାଷୀ ନୁହନ୍ତି  ସେମାନେ ମଧ୍ୟ ସାର୍ ଆଣି ବାହାରେ ଚଢ଼ା ଦରରେ ବିକି  ଚାଷୀଙ୍କୁ ପୁଣି ହଇରାଣ କରିବେ। ତେଣୁ  ଖଜଣା ପୈଠ ରସିଦ କିମ୍ବା ଜମି ପଟ୍ଟା  ଦେଖି ସାର ପ୍ରଦାନ କରାଯିବା ପାଇଁ  ସରକାର ତୁରନ୍ତ  ପଦକ୍ଷେପ ନେଇ  ଚଳିତ ଖରିଫ ଋତୁ ପାଇଁ ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ସାର ଯୋଗାଇବା ସହ ଅନେକ ଗୁଡ଼ିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ଶଢାନନ ଭୋଇଙ୍କ ସଭାପତିତ୍ବ ରେ ଚାଷୀ ମାନଙ୍କ ସମସ୍ୟା ଉପରେ ଆଜି  ଆଲୋଚନା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ପ୍ରତ୍ୟେକ ଲାଇସେନ୍ସ ପ୍ରାପ୍ତ ସାର ଦୋକାନରେ ସବୁ ପ୍ରକାର ସାରର ଦର ତାଲିକା ଓ ସାର ଷ୍ଟକ ପରିମାଣ ଉଲ୍ଲେଖ କରିବା ଓ ସାରର ସରକାରୀ ମୂଲ୍ୟ ଠାରୁ ଅଧିକ ନେଉଥିବା ବିକ୍ରେତା ଙ୍କୁ ତାଗିଦ୍ କରିବା ସହ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା  ସହ ଚାଷୀ ସମସ୍ୟାର ସମାଧାନ କରିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଦାବି ଜଣାଇଛନ୍ତି । ନ ହେେଲେ ଚଳିତ ଖରିଫ ଋତୁ ରେ ଯଦି ସାର  ପାଇଁ ଚାଷୀ କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ  ହୁଅନ୍ତି କିିମ୍ବା  କୌଣସି   ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ   ତେବେ ଓଡ଼ିିଶା ରାଜ୍ୟ  କୃଷକ ସଂଗଠନ ଆନ୍ଦୋଳନ  ମୁହାଁଁ ହେବ ବୋଲି ସଂଗଠନ ର ସଂପାଦକ ଚେତାବନୀ ଦେଇଛନ୍ତି  । ଏଥିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବ୍ଲକ ସଭାପତି ହାରାଦନ ପ୍ରଧାନ, ମହାଦେବ ମହାପାତ୍ର, ବସନ୍ତ ବାରିକ୍ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories