www.samajalive.in
Tuesday, December 9, 2025
23.1 C
Bhubaneswar

ଯଥେଷ୍ଟ ପୁଲିସ ନ ଥିବାରୁ ହିଂସା ବ୍ୟାପିଲା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ବରେ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ଥିଲେ। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ଯଥେଷ୍ଟ ପୁଲିସ ନ ଥିବାରୁ ହିଂସା ନିୟନ୍ତ୍ରଣ କରାଯାଇପାରିଲା ନାହିଁ; ଫଳରେ ଏହା ବ୍ୟାପିଲା ବୋଲି ଦିଲ୍ଲୀ ପୁଲିସ କମିସନର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଜବାବ ଦେଇଛନ୍ତି। ଗତ ୩୬ଘଣ୍ଟା ଧରି କାହିଁକି ହିଂସା ନିୟନ୍ତ୍ରଣ ହୋଇପାରୁ ନାହିଁ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ କମିସନର ଏଭଳି କହିଛନ୍ତି। ଏତଦ୍‌ବ୍ୟତୀତ କ୍ଷେତ୍ର ଉପରେ ଥିବା ପୁଲିସବାହିନୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଛନ୍ତି। ଯଥା ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷଙ୍କ ନିର୍ଦେଶ ନ ମିଳିବାରୁ ପୁଲିସ ହାତବାନ୍ଧି ରହିଲା ଓ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହେଲା ଏବଂ ପୁଲିସ ଦଙ୍ଗାକାରୀଙ୍କ ଶିକାର ହେଲା ବୋଲି ଉତ୍ତର-ପୂର୍ବାଞ୍ଚଳ ଦିଲ୍ଲୀ ପୁଲିସ ପକ୍ଷରୁ ଅଭିଯୋଗ ହୋଇଛି। ଦଙ୍ଗା ବଢ଼ିବା ପରେ ଘଟଣାସ୍ଥଳରେ ୧୩ କମ୍ପାନୀ ସିଆରପିଏଫ୍‌, ଦୁଇ କମ୍ପାନୀ ରାପିଡ୍‌ ଅାକ୍ସନ ଫୋର୍ସ ଓ ଗୋଟିଏ କମ୍ପାନୀ ମହିଳା ପୁଲିସ ମୁତୟନ କରାଯାଇଥିଲା। ଏହା ଯଥେଷ୍ଟ ନ ହେବାରୁ ଅଧିକ ସୁରକ୍ଷାକର୍ମୀ ମଗା ଯାଇଥିଲା ବୋଲି କମିସନର କହିଛନ୍ତି। ଏମିତିକି ରାସ୍ତା ଅବରୋଧ ଯୋଗୁଁ ଦଙ୍ଗା ସ୍ଥଳକୁ ଆମ୍ବୁଳାନ୍ସ ଯାଇ ନ ପାରିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଥିବା କମିସନର କହିଛନ୍ତି। ସମ୍ପ୍ରତି ୩୫କମ୍ପାନୀ ଅର୍ଦ୍ଧସାମରିକବାହିନୀ ମୁତୟନ ଅଛନ୍ତି ବୋଲି ସେ କହିଛନ୍ତି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories