ଜାକ୍‌ଲିନଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ଦିଲ୍ଲୀ ପୁଲିସ ପୁନର୍ବାର ସମନ ଜାରି କରିଛି। ସମନରେ ଜାକଲିନଙ୍କୁ ସେପ୍ଟେମ୍ବର ୧୪ (ବୁଧବାର) ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏହା ଜାକଲିନଙ୍କୁ ତୃତୀୟ ସମନ । ଏହା ପୂର୍ବରୁ ପୁଲିସ ଜାରି କରିଥିବା ଦୁଇଟି ସମନକୁ ଜାକଲିନ ଏଡାଇ ଯାଇଥିଲେ। ପ୍ରଥମ ସମନରେ ଅଗଷ୍ଟ ୨୯ ଓ ଦ୍ବିତୀୟ ସମନରେ ସେପ୍ଟେମ୍ବର ୧୨ରେ ହାଜର ହେବାକୁ ଜାକଲିନଙ୍କୁ କୁହାଯାଇଥିଲା । ମାତ୍ର ବ୍ୟସ୍ତ ବହୁଳ ଅଭିନୟ କାର୍ଯ୍ୟସୂଚୀ ଯୋଗୁଁ ସେ ହାଜର ହୋଇପାରି ନଥିଲେ। ଜାକଲିନ୍ ଓ ତାଙ୍କ ସାଥୀ ସୁକେଶ ଚନ୍ଦ୍ରଶେଖର ପ୍ରାୟ ୨୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିଥିବା ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ ତଦନ୍ତ କରୁଛି । ଜାକଲିନଙ୍କ ସାଥୀ ସୁକେଶ ଏବେ ତିହାର ଜେଲ୍‌ରେ ବନ୍ଦୀ ଅଛି। ସୁକେଶ ଦିଲ୍ଲୀରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୧୫ କୋଟି ଟଙ୍କା ଆଦାୟ କରିଥିଲେ ।

Comments are closed.