ଦିଲ୍ଲୀରେ ଦୁଇ ପୁଲିସ ଅଧିକାରୀଙ୍କ ଆତ୍ମହତ୍ୟା

0

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦୁଇଜଣ ପୁଲିସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ଚାଣକ୍ୟପୁରୀ ଥାନାରେ ସହକାରୀ ସବ୍‌ଇନିସପେକ୍ଟର ଭାବେ କାର୍ଯ୍ୟରତ ୫୨ ବର୍ଷୀୟ ଟି.ପି.ଅନିରୁଦ୍ଧ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ତାଙ୍କର ମୃତଦେହକୁ ଠାବ କରାଯାଇଥିଲା। ଘଟଣାସ୍ଥଳରେ ତାଙ୍କର ରିଭଲଭର, ବାଇକ୍‌, ହେଲମେଟ୍‌ ଓ ମନିପର୍ସ ରହିଥିବାରୁ ଏହା ପଛରେ ଆକ୍ରମଣର ସମ୍ଭାବନାକୁ ପୁଲିସ ଖଣ୍ଡନ କରିଛି। ମୃତଦେହ ନିକଟରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନଥିବାବେଳେ ପରିବାରବର୍ଗ ମଧ୍ୟ ଅନିରୁଦ୍ଧଙ୍କ ଆତ୍ମହତ୍ୟା ନେଇ ବିସ୍ମିତ ହୋଇପଡିଛନ୍ତି। ଦ୍ୱିତୀୟ ଘଟଣାରେ ସିଭିଲ ଲାଇନ୍ସରେ ୫୪ ବର୍ଷୀୟ ହନୁମାନ ସହାୟ ନାମକ ସହକାରୀ ସବ୍‌ ଇନିସପେକ୍ଟର ପିସିଆର ଭ୍ୟାନ ମଧ୍ୟରେ ମୁଣ୍ଡକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ତେବେ ବିଗତ ପାଞ୍ଚବର୍ଷ ଧରି ହନୁମାନ ମାନସିକ ଚାପର ବଶବର୍ତ୍ତୀ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବୋଲି ଜଣାପଡିଛି।

Leave A Reply