bjd gruha runa

ଅକ୍ସିଜେନ ଯୋଗାଇଥିବାରୁ ଓଡିଶାକୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

BJD Bijuli 480×75 Mob

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ପରିସ୍ଥିତି ଖୁବ ଜଟିଳ ହୋଇ ପଡୁଛି। ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅକ୍ସିଜେନର ଅଭାବ ବିରାଟ ଚିନ୍ତା ପାଲିଟିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀକୁ ଓଡିଶା ଅକ୍ସିଜେନ ଯୋଗାଇଥିବାରୁ ଓଡିଶାକୁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଧନ୍ୟବାଦ ଜଣାଇଛନ୍ତି।


ଦିଲ୍ଲୀର ଆବଶ୍ୟକତା ଅନୁଯାୟୀ, ଅକ୍ସିଜେନ ଚାହିଦା ପୂରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଓଡ଼ିଶାରୁ ଦିଲ୍ଲୀକୁ ଯଥେଷ୍ଟ ଅମ୍ଳଜାନ ପଠାଯାଇଥିବା ବେଳେ ଏହା ଟ୍ରକ ମାଧ୍ୟମରେ ନିଆଯାଉଥିଲା। ଏବେ ଏହା ବିମାନ ମାଧ୍ୟମରେ ପଠାଯିବ ବୋଲି ସୂଚନା ମିଳିଛି।

Comments are closed.