www.samajalive.in
Monday, December 15, 2025
15.1 C
Bhubaneswar

ଦିଲ୍ଲୀରେ ଅଗ୍ନିକାଣ୍ଡ; ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟ୍ରେସନ ନିକଟ ଏକ କୋଠାରେ ଗତକାଲି ଅପରାହ୍ଣରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗତକାଲି ୨୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡରେ ମୋଟ୍‌ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ସୂଚନା ମୁତାବକ ଅପରାହ୍ଣ ପ୍ରାୟ ୪ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ରାତି ୧୦ଟା ପର୍ଯ୍ୟନ୍ତ ଏହା ନିୟନ୍ତ୍ରଣକୁ ଆସିପାରି ନଥିଲା । ପ୍ରାୟ ୯ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ । ଅଗ୍ନିକାଣ୍ଡରେ ୧୨ ଜଣରୁ ଅଧିକ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ପରେ କେତେକ ଲୋକ କୋଠା ତଳକୁ ଡେଇଁ ପଡିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ ଉପମୁଖ୍ୟ ସୁନୀଲ ଚୌଧୁରୀ କହିଛନ୍ତି। ତିନି ମହଲା ବିଶିଷ୍ଟ କୋଠାରେ ବିଭିନ୍ନ କମ୍ପାନୀର କାର୍ଯ୍ୟାଳୟ ଚାଲିଥିଲା। କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଏହା ଚାରିଆଡକୁ ବ୍ୟାପୀ ଯାଇଥିଲା।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories