ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ତିସ୍ ହଜାରୀ କୋର୍ଟ ପରିସରରେ ଗୁଳିକାଣ୍ଡ ଘଟିଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।
ମିଳିଥିବା ଖବର ଅନୁସାରେ, ବୁଧବାର ଦିନ ପ୍ରାୟ ୧:୩୦ ସମୟରେ ଗୁଳିକାଣ୍ଡ ନେଇ ସୂଚନା ମିଳିଥିଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଏହାପରେ ଦୁଇଟି ଭିନ୍ନ ଗୋଷ୍ଠୀ ଫାଙ୍କା ଗୁଳି ଚାଳନା କରିଥିବା ଜାଣିବାକୁ ପାଇଥିଲା। ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି।



